ଲୋକକଳା, ସଂଗୀତ, ନୃତ୍ୟ, ସଂସ୍କୃତି ଓ ପରମ୍ପରାର ପଞ୍ଚ ତରଙ୍ଗ ପଞ୍ଚମ ସନ୍ଧ୍ୟା ମଞ୍ଚକୁ ଉତ୍କୃଷ୍ଠ କରିଛି l

0 2
  • ଚଇତି ନିମନ୍ତେ ସ୍ଥାୟୀ ଜାଗା ବ୍ୟବସ୍ଥା ହେବ

  • ଜିଲାକୁ ଦେଶର ଏକ ନମ୍ବର କରିବାକୁ ଆହ୍ୱାନ : ସାଂସଦ ସପ୍ତଗିରି,

  • ୬ କୋଟି ୨୩ ଲକ୍ଷ ୯୮ ହଜାର ବ୍ୟବସାୟ କରି ରେକର୍ଡ କରିଛି ପଲ୍ଲିଶ୍ରୀମେଳା


ରାୟଗଡା: (ସରୋଜ କୁମାର ସାହୁ) ଆଜି ପଞ୍ଚମ ଦିନର ଶେଷ ସନ୍ଧ୍ୟାରେ ରାୟଗଡ଼ ଜିଲାବାସୀଙ୍କ ହୃଦୟରେ ଏକ ଅଲିଭା ସ୍ମୃତିର ଛାପ ଦେଇ ଚଇତି ବିଦାୟ ନେଇଛି l ପୁଣି ସଜ ହେଇ ଆସିବ ଆରଥରକୁ l ଅନ୍ତିମ ସନ୍ଧ୍ୟାରେ ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲ କର୍ଣ୍ଣିଙ୍କ ସଭାପତିତ୍ୱରେ ଏହି ବର୍ଷର ଚଇତି ଶେଷ ରଜନୀ ପାଳନ ହୋଇଥିଲା l ଆଜିର ଶେଷ ରାଜନୀରେ ରାୟଗଡ଼ ସେବା ସମାଜ ଅନ୍ତେବାସୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରି ଚଇତି ବିଦାୟୀ ରଜନୀକୁ ସମ୍ମାନ ଜଣାଇଥିଲେ l ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କାହଁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ରାୟଗଡକୁ ଦେଶରେ ଏକ ନମ୍ବର ଜିଲା ଭାବେ ଗଢିବାକୁ ଚେଷ୍ଟା କରିବା ପାଇଁ ପ୍ରୟାସ କରାଯାଉଥିବା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଥିଲେ l Imageସେହିଭଳି ଗ୍ରାମାଞ୍ଚଳରେ ଶତପ୍ରତିଶତ ମୋବାଇଲ ଟାୱାର ସହ ସମସ୍ତ ବିଦ୍ୟାଳୟରେ ବିଜ୍ଞାନ ଲାବ ଖୋଲିବା ପାଇଁ ଚେଷ୍ଟା ଜାରି ରହିଥିବା କହିଥିଲେ l ସବୁଠାରୁ ବଡ଼କଥା ହେଲା ଚଇତି ପାଇଁ ଏକ ସ୍ଥାୟୀ ଜାଗା ଚିହ୍ନଟ କରି ଚଇତିକୁ ବିଶ୍ୱସ୍ତରକୁ ନେବା ପାଇଁ ଯୋଜନା ହେଉଥିବା ନେଇ ନିଜ ମନ୍ତବ୍ୟରେ ସୂଚନା ଦେଇଥିଲେ l କାରଣ ଚଇତି ଗ୍ରାମାଞ୍ଚଳରେ ଥିବା ଆଦିବାସୀଙ୍କ କଳା ବୁଶ୍ୱସ୍ତରକୁ ନେବାରେ ସାରଥୀର ଦାୟିତ୍ୱ ସମ୍ପନ୍ନ କରୁଛି l ସମ୍ମାନିତ ଅତିଥି ଭାବେ ରାୟଗଡ଼ ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଡିଆରଡିଏ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ , ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ରାୟଗଡ଼ ଏସପି ସ୍ୱାତୀ ଏସ କୁମାର ପ୍ରମୁଖ ମଂଚାସୀନ ଥିଲେ l ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ସମସ୍ତ ଅତିଥିଙ୍କୁ ସମ୍ମାନିତ କରିଥିଲେ l Imageସମସ୍ତ ଉତ୍ତୀର୍ଣ କ୍ରୀଡାବିତଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ପଞ୍ଚମ ସନ୍ଧ୍ୟାରେ ଜେଡି ଗ୍ରୁପ, ପଦ୍ମପୁର ଦେବତା ଗ୍ରୁପ, ଚନ୍ଦନ ଗ୍ରୁପ ଓ ବାରିଝୁଲର ଆଦିବାସୀ, ସଂସ୍କୃତି କ୍ଲବର ସମ୍ବଲପୁରୀ, ଦେବୀପ୍ରସାଦ ଗ୍ରୁପର ଡାଣ୍ଡିଆ, ଉଷା ଭାରତୀ ଗ୍ରୁପର ଝୁମୁରା, ମହିଳା ମହାବିଦ୍ୟାଳୟ ରାୟଗଡ଼ର ଆସାମ ବିହୁ, ସୁନୀଲ ଗ୍ରୁପର ସାଇଲୋଡ଼ି, ରାୟଗଡ଼ ଏନସିସି ଛାତ୍ରଙ୍କ ପଂଜାବୀ ଭାଙ୍ଗଡା, ଘୁଙ୍ଗୁରୁ କଳା ବିକାଶ ଗ୍ରୁପର ମାହରି, ଗୀତ ପରିବାରର ନବଦୁର୍ଗା, ବଲାଙ୍ଗୀର ଟିଟିଲାଗଡ଼ର ରାସରକେଲି ନୃତ୍ୟ ଦର୍ଶକଙ୍କୁ ଝୁମେଇଥିଲା l ଶେଷରେ ଡିଆରଡିଏ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.