ରାଜ୍ୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କର ସଫଳତା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୬/୧୨/୨୦୨୫ ତା ଠାରୁ ୨୮/୧୨/୨୦୨୫ ପର୍ଯ୍ୟନ୍ତ ଭଦ୍ରକ ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଏହି ଡାଇକୋନ୍ତୁ ପ୍ରତିଯୋଗିତା ଓଡିଶା ତାଇକୋନଡୁ ଏସୋସିଏସନ ଦ୍ବାରା ଆୟୋଜନ କରଯାଇଥିଲା।
ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲରୁ ସମୁଦାୟ ପ୍ରାୟ ୩୦୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଗଜପତି ଜିଲ୍ଲା ର ଜିଲ୍ଲା ଟାଇକୋନ୍‌ଡୁ ଅନୁଷ୍ଠାନରୁ ମୋଟ ୮ ଜଣ ପ୍ରତିଯୋଗୀ (୩ ବାଳିକା ଓ ୫ ବାଳକ) ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମୂଖ୍ଯତଃ ଦୁଇଟି ବିଭାଗରେ ହୋଇଥିଲା। କ୍ଯୋରୁଗି ଓ ପୁମସେ ।
ଉକ୍ତ ପ୍ରତିଯୋଗିତାରେ ଅନୁକମ୍ପ ମଲ୍ଲିକ ରୌପ୍ଯ ଓ ସ୍ବର୍ଣ୍ଣ , ଭୁବନାନନ୍ଦ ଭୂୟାଁ ରୌପ୍ୟ , ସୁବର୍ଣ୍ଣ। ସାହୁ ରୌପ୍ୟ ଓ ସ୍ବର୍ଣ୍ଣ , ପି. ସାଇସ୍ମିତା ସ୍ବର୍ଣ୍ଣ ଓ ରୌପ୍ୟ , ଅନୁଶ୍ରୁତା ମଲ୍ଲିକ ସ୍ବର୍ଣ୍ଣ ଓ ରୌପ୍ଯ , ସାଗର ବାରିକ କଂସ୍ୟ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଜିଲ୍ଲା ତାଇକୋନଡୁ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଲିଖିତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.