ଗୋଁଡ଼ ପାରମ୍ପରିକ ଖଣ୍ଡା ନୃତ୍ୟରେ ଦର୍ଶକ ବିଭୋର

0

 କେନ୍ଦୁଝର,ତା୨୮/୧୨- କେନ୍ଦୁଝର ଷ୍ଟାଡିୟମ ପଡିଆରେ ଚାଲିଥିବା ଗୋନାସିକା କେନ୍ଦୁଝର ମେହାତ୍ସବ-୨୦୨୫ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଶନିବାର କେନ୍ଦୁଝର ଜିଲ୍ଲା ଗୋଁଡ଼ ସାଂସ୍କୃତିକ ସମାଜ ତରଫରୁ ଗୋଁଡ଼ ପାରମ୍ପାରିକ ଯୁଦ୍ଧ କଳା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଗୋଁଡ ସମ୍ପ୍ରଦାୟର ପରମ୍ପରା ଓ ସଂସ୍କୃତି ଉପରେ ପର୍ଯ୍ୟବେଷିତ ଯୁଦ୍ଧକଳା ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ଗୋଁଡ଼ ସାଂସ୍କୃତିକ ସମାଜ, କେନ୍ଦୁଝର ଦ୍ୱାରା ପ୍ରଦର୍ଶିତ ଗୋଁଡ଼ ଜନଜାତିର ପାରମ୍ପାରିକ ଖଣ୍ଡା ନୃତ୍ୟ। ଏହି ନୃତ୍ୟ କେବଳ ଏକ କଳା ନୁହେଁ,ବରଂ ପୂର୍ବପୁରୁଷମାନଙ୍କ ଠାରୁ ପ୍ରାପ୍ତ ଏକ ଗୌରବମୟ ଯୁଦ୍ଧ ପରମ୍ପରା। ଏହି ପାରମ୍ପରିକ ଖଣ୍ଡା ନୃତ୍ୟ ଗୋଁଡ଼ ସମାଜର ମହିଳା ମାନଙ୍କୁ ଶିକ୍ଷା ଦିଆଯାଏ I ମହିଳାମାନେ ପ୍ରତି ପଲ୍ଲୀରେ ଅନୁଷ୍ଠିତ ହେଉଥିବା ଗୌରୀ ପୂଜା ସମୟରେ ଏହି ଖଣ୍ଡା ନୃତ୍ୟ ପରିବେଷଣ କରିଥାଆନ୍ତି। ଗୁରୁ ନିର୍ମଳ ଚନ୍ଦ୍ର ନାୟକ ଏହି ଖଣ୍ଡା ନୃତ୍ୟର ନିର୍ଦ୍ଦେଶନା ଦେଇଥିବାବେଳେ ଯୁଦ୍ଧକଳାର ସ୍ୱର ସଂଯୋଗ ଗୁରୁ ଅର୍ଜୁନ ନାୟକ ଦେଇଥିଲେ ।ଏହି ସଂସ୍କୃତିକ କାର୍ଯ୍ୟକ୍ରମକୁ ଗୋଁଡ଼ ସାଂସ୍କୃତିକ ସମାଜର ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକ,ଉପ-ସଭାପତି କିରଣବାଳା ନାୟକ, ଅନାଦି ଚରଣ ନାୟକ, ସମ୍ପାଦକ ଚକ୍ରଧର ନାୟକ,ଦିଗମ୍ବର ଖଣ୍ଡା,ଅପୂର୍ବ ନାୟକ,ଗୋବିନ୍ଦ ଚନ୍ଦ୍ର ନାୟକ,ରାଧକାନ୍ତ ନାୟକ, ଗୋଳଖ ମାନସିଂହ,ଦୟାନିଧି ଖଣ୍ଡା,ଫକୀର ଚନ୍ଦ୍ର ଖଣ୍ଡା , ଉମାକାନ୍ତ ନାୟକ,ଦିଗାମ୍ବର ଦଣ୍ଡପାଟ,ଜୟନ୍ତୀ ସିଂହ ଏବଂ ରମେଶ ଚନ୍ଦ୍ର ଖଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.