ଗୋନାସିକା କେନ୍ଦୁଝର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

0

ସ୍ଥାନୀୟ କଳାକାରଙ୍କ ସହ ସୁଖବିନ୍ଦର ସିଂହଙ୍କ କାର୍ଯ୍ୟକ୍ରମରେ ଦର୍ଶକ ମତୁଆଲା

କେନ୍ଦୁଝର,ତା୨୭/୧୨- କେନ୍ଦୁଝର ଷ୍ଟାଡିୟମଠାରେ ଆୟୋଜିତ ହେଉଥିବା ‘ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୫’ର ଦ୍ୱିତୀୟ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁଖୱିନ୍ଦର ସିଂହ ଏବଂ ସ୍ଥାନୀୟ କଳାକାରଙ୍କ ସହ ଆସାମର ବିହୁ,କୋଲକାତା ପୁରୁଲିଆର ଛଉନୃତ୍ୟ ଓ ପ୍ରସିଦ୍ଧ ଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମତୁଆଲା ହୋଇ ଉଠିଥିଲେ । Imageଅପରାହ୍ନରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ମତୁଆଲା ହୋଇଥିଲେ। ଦ୍ୱିତୀୟ ଦିନ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପୌର ପରିଷଦ ଓ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସମ୍ମାନନୀୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା।Image କେନ୍ଦୁଝରର ସାଇ ତାରିଣୀ ଡ୍ୟାନ୍ସ ଗ୍ରୁପ,ଅନନ୍ତ ଗୋପାଳ କଲଚରାଲ କ୍ଲବ,ଏକ୍ସଟ୍ରିମ୍ ଡ୍ୟାନ୍ସ ସ୍କୁଲ,ସମ୍ରାଟ କ୍ଲବ,ଡ୍ୟାନ୍ସ ଜୋନ୍ କେନ୍ଦୁଝର,ଏମ୍ ଡ୍ୟାନ୍ସ ଏକାଡେମୀ,ଚକ୍ରଧର ପରିଡାଙ୍କ କଣ୍ଢେଇ ନୃତ୍ୟ,ଢ଼େଙ୍କାନାଳର ସାହିଯାତ ଘୋଡା ନାଚ ଗ୍ରୁପ,କଟକର ତ୍ରିବେଣୀ କଳା କେନ୍ଦ୍ରର ଓଡିଶୀ ନୃତ୍ୟ,ଗୋଣ୍ଡୱାନା ଯୁଦ୍ଧକଳା ନୃତ୍ୟ,ସିଂହମ ଡ୍ୟାନ୍ସ ଷ୍ଟୁଡ଼ିଓ କୋଲକାତାର ପୁରୁଲିଆ ଛଉ,ଆସାମର ବିହୁ ଲୋକ ନୃତ୍ୟ ଉପଭୋଗ୍ୟ ହୋଇଥିଲା ।

Image

Leave A Reply

Your email address will not be published.