ଅସ୍ତରଙ୍ଗ,ବର୍ତ୍ତମାନ ଅଲିଭ ରିଡଲ କଇଁଚ ଙ୍କ ମେଟିଙ୍ଗ ସହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ,ଶେମାନଙ୍କର ସୁରକ୍ଷା ସହ ସ୍ଥାୟୀତ୍ୱ ନିମନ୍ତେ ଏକ କ୍ଷେତ୍ର ସ୍ଥରୀୟ କର୍ମଚାରୀ ଦକ୍ଷତା ବୃଦ୍ଧି ଶିବିର ଶୁକ୍ରବାର ଦିନ ପିର ଯାହାନିଆ ଫରେଷ୍ଟ ବିଟ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି l ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର ଏହି ସିବିର କୁ ଉଦଘାଟନ କରିଥିଲେ l ଏହି ସିବିର ରେ ଅସ୍ତରଙ୍ଗ ରେଞ୍ଜ ଅଧୀନ ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ, ମୁଖ୍ୟତଃ ଅଲିଭ ରିଡଲ କଇଁଚ ଙ୍କ ସୁରକ୍ଷିତ ଅଣ୍ଡାଦାନ, ଅଣ୍ଡା ଦେଇ ଶାରିବା ପରେ ବନ କର୍ମଚାରୀ ମାନେ ସମୁଦ୍ର ବେଳା ଭୂମି ରୁ ଅଣ୍ଡା ସଂଗ୍ରହ କରି ନିର୍ମାଣ ଧୀନ ହ୍ୟାଚେରୀ ରେ ସୁରଖିତ ଭାବେ ରଖିବା, କୁକୁର, ବିଲୁଆ ଆଦି ଜନ୍ତୁ ଯେପରି ଅଣ୍ଡା ଖାଇ ନ ଯାଆନ୍ତି ସେଥୀ ପ୍ରତି ନଜର ଦେବା ସହ ବେଳା ଭୂମିକୁ ସଫା ସୁତୁରା ରଖିବା ଓ ,ପ୍ଲାଷ୍ଟିକ ଛିଣ୍ଡା ଜାଲ ଆଦି ବେଳା ଭୂମିରେ ନ ପଡିବା ଉପରେ ଆଲୋଚନା କରା ଯାଇ ଥିଲା l ଏହି ସିବିର ରେ ଫରେଷ୍ଟର କାଳୁଚରଣ ମହାନ୍ତି, ମାନସ ପ୍ରଧାନ, କୈଳାସ ନାୟକ, ପରିବେଶ ବିତ, ଶୋଭାକାର ବେହେରା ,ବିଚି ବିଶ୍ୱାଳ, ଙ୍କ ସମେତ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ବନ କର୍ମଚାରୀ ଓ ସହ ବନ ବିଭାଗ ସ୍କ୍ୱାଡ଼ ମାନେ ଉପସ୍ଥିତ ରହି ଥିଲେ l
Sign in
Sign in
Recover your password.
A password will be e-mailed to you.