ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ଶତାଧିକ କର୍ମୀ ଓ ବହୁ ନେତା ଓ ଜନପ୍ରତିନିଧି ଏକତ୍ରିତ ହୋଇ କଲେଜ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ନେତା ଓ କର୍ମୀଙ୍କର ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା।
କାର୍ଯ୍ୟକ୍ରମରେ ଦଳର ନେତା ଓ କର୍ମୀ ମାନଙ୍କୁ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେବା ସହ ବିଜେଡି ଗଠନର ପୃଷ୍ଠଭୂମି ବିଷୟରେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ପୁଣି ଥରେ ବିଜୁଜନତା ଦଳ ସରକାରକୁ ଫେରିବା ସହିତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ସେ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ବିଜେଡି ଶାସନର ୨୪ ବର୍ଷ କିପରି ଓଡ଼ିଶା ଏକ ଶାନ୍ତ ବାତାବରଣ ମଧ୍ୟରେ ଥିଲା , ରାସ୍ତା ଘାଟ, ଶିକ୍ଷା ସ୍ବାସ୍ଥ୍ୟ , ଗମନାଗମନର ବିକାଶ ଘଟିଥିଲା , ମହିଳା ସଶକ୍ତିକରଣ , ଦକ୍ଷତା ବିକାଶ , ମୋ ସରକାର , 5T , ଉପକ୍ରମ ମାଧ୍ୟମରେ ଭିତ୍ତିଭୂମିର ବିକାଶ ଆଦି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ଜନହିତକର ପଦକ୍ଷେପ ଗୁଡ଼ିକୁ ସ୍ମରଣ କରିବା ସହ ବ୍ୟକ୍ତିଗତ ସ୍ୱାର୍ଥକୁ ଭୁଲିଯାଇ ଦଳର ଆଦର୍ଶ ରକ୍ଷା ପାଇବା ପାଇଁ କାମ କରିବାକୁ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ଏକାଠି ହୋଇ ପୁଣିଥରେ ଜିଲ୍ଲାର ସମସ୍ତ ପଞ୍ଚାୟତ ଦଖଲ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ଛାମୁଆ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଧାୟକ ଓ ନେତୃବୃନ୍ଦ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ , ପାରଳାଖେମୁଣ୍ଡି ପୈାର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ .ବିର ରାଜୁ , ଜିଲ୍ଲା ପରିଷଦ ସଭ୍ୟ ଏସ୍ .ବାଲାରାଜୁ ଓ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା , ଯୁବ ବିଜେଡି ସଭାପତି ଏସ୍ . ଲିଙ୍ଗରାଜ ପ୍ରମୁଖ ଯୋଗଦେଇ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.