କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ୍ରେ ପ୍ରତିବର୍ଷ ପରମ୍ପରା ଅନୁସାରେ ଏବର୍ଷ ମଧ୍ୟ ଆଜି ଭବ୍ୟ ଭାବେ ଆରମ୍ଭ ହୋଇଛି ଡେରାବିଶ୍ ମହୋତ୍ସବ। ଉତ୍ସବ ମାଠ ରଙ୍ଗିନ ଆଲୋକ, ସଜାସଜ୍ଜା ଓ ଲୋକସଂସ୍କୃତିର ମନୋମୋହକ ପ୍ରଦର୍ଶନୀରେ ଉତ୍ସାହ ଓ ଉଲ୍ଲାସରେ ଭରିଉଠିଛି।ଏହି ମହୋତ୍ସବକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟାର ଉଦ୍ଘାଟନ କରିଥିବା ବେଳେ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ଡେରାବିଶ୍ ତହସିଲଦାର ସରୋଜ ନାୟକ, ଡେରାବିଶ୍ ମହୋତ୍ସବ ସଭାପତି ଭକ୍ତକବି ଦାସ ଓ ମହୋତ୍ସବ ସମ୍ପାଦକ ସରୋଜ କୁମାର ଦାସ ମଞ୍ଚାସୀନ ଥିଲେ।ଉଦ୍ବୋଧନ ଦେଇ ଜିଲ୍ଲାପାଳ କହିଥିଲେ ଯେ, ଏପରି ମହୋତ୍ସବ ମାଧ୍ୟମରେ ଗ୍ରାମୀଣ ସଂସ୍କୃତି, ଲୋକକଳା ଓ ପରମ୍ପରାର ସୁରକ୍ଷା ସହିତ ନବପିଢିଙ୍କୁ ସଂସ୍କୃତି ପ୍ରତି ଆକୃଷ୍ଟ କରିବା ସମ୍ଭବ ହୁଏ। ବିଧାୟକ ଅରବିନ୍ଦ ମହାପାତ୍ର ଡେରାବିଶ୍ ମହୋତ୍ସବକୁ ଏଲାକାର ଗୌରବ ବୋଲି କହି ଏହାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସନ୍ଧ୍ୟାବେଳେ ଲୋକନୃତ୍ୟ, ଲୋକଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କଳାକାରଙ୍କ ମନୋମୋହକ ପ୍ରଦର୍ଶନୀ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ମହୋତ୍ସବ ଅବସରରେ ହସ୍ତଶିଳ୍ପ ଓ ସ୍ୱଦେଶୀ ପଣ୍ୟର ପ୍ରଦର୍ଶନୀ ମଧ୍ୟ ଲୋକମାନଙ୍କ ଆକର୍ଷଣ କେନ୍ଦ୍ର ହୋଇଥିଲା।ଡେରାବିଶ୍ ମହୋତ୍ସବ ଆସନ୍ତା କିଛି ଦିନ ଧରି ଚାଲିବାକୁ ଥିବାବେଳେ, ଏହା ମାଧ୍ୟମରେ ଅଞ୍ଚଳର ସାଂସ୍କୃତିକ ପରିଚୟ ଓ ଏକତା ଆହୁରି ମଜବୁତ ହେବ ବୋଲି ସାଧାରଣ ଜନତା ଆଶା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post