ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ

0

ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର  :  ଆଜି ସ୍ଥାନୀୟ ଲଷ୍ମୀନାରାୟଣ ମହାବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଡ଼ ଚିତ୍ତବ୍ରତ  ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ଯୋଗଦେଇ ସମ୍ପ୍ରତି ସମାଜ ଭିତରେ ରହିଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ର ଛାତ୍ରୀମାନେ ହୀନମନ୍ୟତା ଦୂର କରିବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର କୁଳସଚିବ ପ୍ରଫେସର ସଂଯତ କୁମାର ସାହୁ ଯୋଗ ଦେଇ ବର୍ତ୍ତମାନ ପୃଥିବୀର ପର୍ଯାବରଣ  ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ମହାନଦୀ କୋଲ ଫିଲଡ ଇବ ଭ୍ୟାଲିର ମହାପ୍ରବନ୍ଧକ  ଶ୍ରୀ ଏମ ଏସ  ଶର୍ମା ଯୋଗଦେଇ ଆଗାମୀ ଦିନରେ ଆମେ ସମ୍ବୁଖିନ ହେବାକୁ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ । 

ମୁଖ୍ୟ ଆକର୍ଷଣ ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ତାଙ୍କ କବିତା ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ବରିଷ୍ଠ ଅଧ୍ୟାପକ ତପନ କୁମାର ବାରିକ ପ୍ରଦାନ କରିଥିଲେ। ଅଧ୍ୟାପିକା ଡ଼ ସ୍ଵର୍ଣ୍ଣମୟୀ ପୁରୋହିତ ବାର୍ଷିକ ବିବରଣୀପାଠ କରିଥିଲେ ଏବଂ ପ୍ରାଧ୍ୟାପକ ନରେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଗତ ବର୍ଷର କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave A Reply

Your email address will not be published.