ଠକେଇମାମଲାରେ ବନ୍ଧା ହେଲେ ଆସାମୀ।

0 1

(‌ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ପୋଲିସ୍ ସହାୟତାରେ ଧରା ପଡ଼ିଛି,ଜଣେ କୁଖ୍ୟାତ ଅପରାଧୀ, ଯେ କି ବିଭିନ୍ନ ସ୍ଥାନରେ ନିଜକୁ ବିଭିନ୍ନ ଅଧିକାରୀର ପରିଚୟ ଦେଇ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଜଣାପଡିଛି। ଉକ୍ତ ଆସାମୀ ଙ୍କର ନାଁ ରଞ୍ଜନ ଦାଶ ,ଵୟସ-୫୯ ବର୍ଷ, ପିତା -ସ୍ବର୍ଗତ -ଦୁଖିଶ୍ୟାମ ଦାସ , ପୁରୀ ଜିଲ୍ଲାର ଗୋପାଳପୁର ଗ୍ରାମ,ପୋ: ଥାନା କୃଷ୍ଣପ୍ରସାଦ ବୋଲି ଜଣାପଡିଛି।

ପୋଲିସ କହିବା ଅନୁଯାୟୀ ତଥା ପ୍ରେସ୍ ମିଟ୍ ରେ ଜଣାପଡିଛି ଯେ ଗିରଫ୍ ସମୟରେ ଅଭିଯୁକ୍ତ ଙ୍କ ନିକଟରୁ ନଗଦ ଟ୧ ,୩୭,୧୦୦(ଏକଲକ୍ଷ ସତତିରିଶ ହଜାର ଶହେ) ସୁନା ଗହଣା,ଦୁଇ ଯୋଡ଼ା ସୁନା କାନଫୁଲ,ଏକ ସୁନାଚେନ୍,ଚେକାସୁନା ଏକ ଗୋଟି, ଦୁଇଟି ମୋବାଇଲ୍,ଏକ ବ୍ଲାଙ୍କ୍ ଚେକ୍ ମିଳିଛି। ତେବେ ଖଲ୍ଲିକୋଟ ଥାନା ମାମଲା ନମ୍ବର -୧୦୨୨, ତାରିଖ ୫-୧୨-୨୫ ଧାରା ୩୧୯(୨)/୩୪୦(୨)/୩୪୧(୧)ଵି ଏନ୍ ଏସ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ଗଞ୍ଜାମ ଜିଲ୍ଲା ଏସପି ଙ୍କ ନିର୍ଦ୍ଦେଶନାରେ ଏଏକ ଟିମ୍ ଗଠନ କରାଯାଇଥିଲା, ଏଥିରେ ସାମିଲ ଥିଲେ, ଏସ୍ ଡି ପିଓ ଚନ୍ଦନ ଘଡେ଼ଇ, ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର, କନଷ୍ଟେବଳ ରବିନ୍ ରଞ୍ଜନ ଜାଲି,ଵାପୁନା ସ୍ବାଇଁ , ହୋମ୍ ଗାର୍ଡ ଦିନେଶ କୁମାର ବେହେରା। ତେବେ ଏକ୍ଷେତ୍ରରେ ତଦନ୍ତ ପ୍ରକିୟା ଜାରି ଥିବା କଥା କୁହାଯାଇଛି।

Leave A Reply

Your email address will not be published.