ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଆମ୍ବପୁଆ ସେବା ସମବାୟ ସମିତି ପରିସରରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦ୍ଘାଟନ କରିଛନ୍ତି I ମଣ୍ଡି ଉଦ୍ଘାଟନ କରିବା ପରେ ବିଧାୟକ ଶ୍ରୀ ବିଷୋୟୀ ଉପସ୍ଥିତ ଚାଷୀ ସମାବେଶକୁ ଉଦବୋଧନ ଦେଇ ଡବଲ୍ ଇଂଜିନ୍ ସରକାର ଧାନ ପାଇଁ ଧାର୍ଯ୍ୟ ଦର ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କା ବୋନସ୍ ପ୍ରଦାନ କରୁ୍ଥିବା ବେଳେ ଚଳିତ ବର୍ଷ ଏଥିରେ ଆଉ ଅତିରିକ୍ତ ୬୯ ଟଙ୍କା ମିଶାଇ ଚାଷୀଙ୍କ ପରିଶ୍ରମର ପ୍ରକୃତ ମୂଲ୍ୟ ଦେବା ପାଇଁ ଚେଷ୍ଟା କରିଛନ୍ତି ବୋଲି ପ୍ରକାଶ କରିଥିଲେ I ପୂର୍ବରୁ ଚାଷ କରିବା ପାଇଁ ଚାଷୀ ମିଳୁନଥିବାରୁ ବହୁ ଜମି ପଡ଼ିଆ ପଡ଼ୁଥିବା ବେଳେ ବର୍ତ୍ତମାନ ସରକାରଙ୍କ ସହାୟତାରେ ବହୁ ଯୁବ ଚାଷୀ ସୃଷ୍ଟି ହେବା ସହିତ ପୂର୍ବପେକ୍ଷା ଅଧିକ ଜମିରେ ଉନ୍ନତ ମାନର ଧାନ ଚାଷ ହୋଇପାରୁଛି I ତେଣୁ ଚାଷୀମାନେ ଧାନକୁ ଯତ୍ନ ସହକାରେ ଅମଳ କରି ଏଫ୍ଏକ୍ଯୁ ମାନ ବିଶିଷ୍ଟ ଧାନ ଦେଇ ଉଚିତ୍ ମୂଲ୍ୟ ପାଇବା ସହିତ କୌଣସି ପ୍ରକାର କଟନି ଛଟନୀ କରାଗଲେ ମୋର ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ବିଧାୟକ ଶ୍ରୀ ବିଷୋୟୀ I ଏହା ସହିତ ଚାଷୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ବୁଝି ଏହାର ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରତିଶୃ୍ତି ଦେଇଥିଲେ I ଆସନ୍ତା ୩୧ ତାରିଖରୁ ଟୋକନ୍ ଆସିବାକୁ ଥିବାରୁ ଚାଷୀ ମାନେ ନିଜ ପାଖରେ କେଉଁ କିସମର କେତେ ଧାନ ରଖିଛନ୍ତି ସେ ସମ୍ପର୍କରେ ପ୍ୟାକ୍ସ ସମ୍ପାଦକଙ୍କୁ ଅବଗତ କରିବା ପାଇଁ ପରାମର୍ଶ ଦେଇଥିଲେ I ବେଲଗୁଣ୍ଠା ଏବିଡିଓ ସନ୍ତୋଷ ମନ୍ତ୍ରୀ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ମଣ୍ଡି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଯୋଗାଣ ନିରିକ୍ଷକ ସମ୍ବିତ୍ ପ୍ରସାଦ ଦାସ, ବେଲଗୁଣ୍ଠା ପଂଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ସେଠୀ, ଯୁବନେତା ସଞ୍ଜୟ ଜେନା,ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା,ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ଼, ସେବା ସମବାୟ ସମିତି ସଭାପତି ବିଜୟ ଲକ୍ଷ୍ମୀ ବାରିକ, କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ୍, ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ, ସେବା ସମବାୟ ସମିତି ଏରିଆ ଅଫିସର୍ ତୁଳସୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ I ସେବା ସମବାୟ ସମିତି ସମ୍ପାଦକ ଅଚ୍ୟୁତାନନ୍ଦ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.