ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣସାହି ସ୍ଥିତ ଲକ୍ଷ୍ମୀନୃସିଂହ ଫଙ୍କସନ ହଲ ଠାରେ ପ୍ରତିଷ୍ଠିତ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ନୈବେଦ୍ୟର ମିଳିତ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି।
ଯେଉଁଥିରେ ଦକ୍ଷିଣ ଓଡିଶାର ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ସଦ୍ୟ ପ୍ରକାଶିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଯୁବପ୍ରତିଭା ସମ୍ମାନରେ ପୁରସ୍କୃତ ହୋଇଥିବା ଯୋଗୁଁ ତାଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାରେ ଅନୁଷ୍ଠାନ ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୟ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ତଥା ଯୁବ ନାଟ୍ୟ କଳାକାର ଆଦର୍ଶ ଦାସ ଓ ସମ୍ବର୍ଦ୍ଧିତ ପ୍ରତିଭା ଡାକ୍ତର ଚନ୍ଦନ ଗନ୍ତାୟତ ମଞ୍ଚାସୀନ ଥିଲେ।
ଅତିଥି ମାନେ ଡାକ୍ତର ଗନ୍ତାୟତ ଶିଶୁ ଅବସ୍ଥା ରୁ ବର୍ତ୍ତମାନ ସୁଦ୍ଧା ସରକାରୀ ଡ଼ାକ୍ତରୀ ପଦରେ ପ୍ରତିଷ୍ଠିତ ବୃତ୍ତି କରିବା ପରେ ମଧ୍ୟ ପ୍ରତିଦିନ ସଙ୍ଗୀତ ଗାନ କରୁଥିବା ଯୋଗୁଁ ନିଜର ନିଷ୍ଟା ଓ ସଙ୍ଗୀତ କଳା ପ୍ରତି ଦୁର୍ବଳତା ଥିବା ଯୋଗୁଁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ସଫଳ ହେଉଛନ୍ତି ଏବଂ ଗୁରୁ ଶିଷ୍ୟ ପରମ୍ପରା ର ଅନନ୍ୟ ଉଦାହରଣ ହେଉଛନ୍ତି ଗୁରୁ ରଘୁନାଥ ପାତ୍ର ଓ ତାଙ୍କ ଶିଷ୍ୟ ଡାକ୍ତର ଚନ୍ଦନ ଗନ୍ତାୟତ ବୋଲି ନିଜର ଅଭିଭାଷଣ ରେ ବକ୍ତା ମାନେ କହିଥିଲେ।
ଆୟୋଜକ ଦୁଇ ଅନୁଷ୍ଠାନ ସମେତ ଭକ୍ତି ସଙ୍ଗୀତ ସଂସଦ , ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର , ଭକ୍ତି ପୁଷ୍ପାଞ୍ଜଳି ଆଦି ବହୁ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇ ଡାକ୍ତର ଗନ୍ତାୟତଙ୍କୁ ସମ୍ମାନିତ କରିଥିଲେ।
ଡାକ୍ତର ଗନ୍ତାୟତ ଗୁଣୁପୁର ରେ ଜନ୍ମିତ ଓ ନିଜ ଚିକିତ୍ସା ସେବା କାଳ ବହୁ ବର୍ଷ ଗଞ୍ଜାମ ରେ କଟିଥିଲେ ମଧ୍ୟ ନିଜର ସଙ୍ଗୀତ ଜୀବନୀର ଅଧିକ ସମୟ ଗଜପତି ଜିଲ୍ଲା ରେ ହୋଇଥିବା ଯୋଗୁଁ ଏହି ପାରଳା ମାଟି ପାଖେ ସବୁ ବେଳେ ରୁଣୀ ବୋଲି ନିଜ ସମ୍ବର୍ଦ୍ଧିତ ପ୍ରତିଉତ୍ତର ବକ୍ତବ୍ୟ ରଖିଥିଲେ।
Sign in
Sign in
Recover your password.
A password will be e-mailed to you.