ନବରଙ୍ଗପୁର/ଅଶୋକ ସାହୁ: ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ତ୍ରୟ ବାର୍ଷିକ ସମ୍ମିଳନୀ ମହା ସମାରୋହରେ ପୂର୍ବତନ ସଭାପତି ଆଶୁତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ଯ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, କୋରାପୁଟ ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ଭତ୍ରା,କୋରାପୁଟ ଜିଲ୍ଲାର ବରିଷ୍ଠ ସଦସ୍ୟ ମନୋଜ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ଉପସ୍ଥିତ ଥିଲେ l ଆଗାମୀ ଦିନରେ ସମସ୍ତେ ମିଳିତ ଭାବେ ସଂଘ ପ୍ରତି ଆନୁଗତ୍ୟ ପ୍ରକାଶ କରି ସଙ୍ଘଗଠନକୁ ମଜବୁତ କରିବା ସହ ନିଜର ମତାମତ ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଏହି ନିର୍ବାଚନ ରେ ଅଧ୍ୟକ୍ଷ ଭାବେ କୈଳାଶ ଚନ୍ଦ୍ର ଦାସ,ବରିଷ୍ଠ ରାଜସ୍ୱ ସହାୟକ ବିବେକ ନାୟକ ସଭାପତି ଏବଂ ଉପ ସଭାପତି ଭାବେ ସୌରଭ କୁମାର ଦାସ ଏବଂ ଅମିତ କୁମାର,ସମ୍ପାଦକ ଭାବେ ଦେବାଶିଷ ସୁଆର ସହ ସମ୍ପାଦକ ଭାବେ ମୈଥିଳୀ ପଟ୍ଟନାୟକ ଏବଂ କୈଳାଶ ପୂଜାରୀ, କୋଷାଧକ୍ଷ ଭାବେ ସହିଦ ଆକତର ପ୍ରମୁଖ ନିର୍ବାଚିତ ହୋଇଥିଲେ l ନୂତନ ନିର୍ବାଚିତ ସଦସ୍ୟ ମାନଙ୍କୁ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଶପଥପାଠ କରାଇବା ସହ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ପ୍ରମୋଦ କୁମାର ଚର୍ଚି ଏବଂ ନିର୍ବାଚନ ଅଧିକାରୀ ଭାବରେ ସଂଗ୍ରାମ କେଶରୀ ପ୍ରଧାନ ଦାୟିତ୍ଵ ସମ୍ପନ୍ନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post