ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପିଏମ୍ ଶ୍ରୀ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ନଳୀନିକାନୁ ଶାସନୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍ ଭାବେ ର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥ୍ ଭାବେ ସମାଜସେବୀ କମଲ ଅଗ୍ରୱାଲ, ବିଇଓ ଅନନ୍ତ ନାଏକ, ବରିଷ୍ଠ ଶିକ୍ଷକ ଡ଼. ବିଭୀଷଣ ବାରିକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶଙ୍କରପ୍ରସାଦ ଟପ୍ଲୋ,ଏସ୍ ଏମ୍ ସି ସଭାପତି ମହେନ୍ଦ୍ର କୁଜୁର ଉପସ୍ଥିତ ଥିଲେ। ଏହି ଅବସରରେ କ୍ରୀଡାଙ୍ଗନ,କୈଶଳୀ, ଜିଜ୍ଞାସା, ସାହିତ୍ୟସୃଜନ ନୀ,ଭିଜନ ଓଡ଼ିଶା ୨୦୩୬,ସବୁଜ ପୃଥିବୀ, ବ୍ୟାଙ୍କ, ଦୋକାନ ଯାତ୍ରା ଆଦି ପ୍ରଦର୍ଶିତ କରା କରାଯାଇଥିଲା । ପରେ ପରେ ଶିଶୁ ବାଟିକାରୁ ଆରମ୍ଭକରି ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭାକାର୍ଯ୍ୟକୁ ଧୃତିସୁନ୍ଦର ସାହୁ ପରିଚାଳନା କରିଥିବା ବେଳେ ଦୀପିକା କେର୍କେଟା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବ ଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅବିନ ଅବିନାଶ କର, ସ୍ମୃତିସ୍ବରୂପ ଦାସ, ଧୃତିସୁନ୍ଦର ସାହୁ, ରୋହିତ ଜୟପୁରିଆ,ଭୈରବ ଦେହେରୀ, ସଞ୍ଜିତସୁର୍ସେନ ଟପ୍ରୋ, ମଞ୍ଜୁ ଏକ୍କା, ଲିପିକା କାର୍ଲୋ, ନମିତା କୁଲୁ, ସେରୋଫେନା ଏକ୍କା, ସୁନିତା ପଟେଲ, ଆଶା ସାମାରିଆ, ଆଶାଜେନ କିରୋ, ବିଦ୍ୟୁତ୍ ପ୍ରଭା ସ୍ବାଇଁ, ଅନୁୱର ଅହମଦ, ଗିରିଜା ଶଙ୍କର ବେହେରା, ସୁନିଲ ସେଠୀ, ଦିଲିପ ବେହେରା,ଜାନକି ସିଂ ପ୍ରମୁଖ ସହଯୋଗ କରିଥିଲେ। ରାଜଗାଙ୍ଗପୁର ରୁ ବିଷ୍ଣୁ ଭୋମିକ ଙ୍କ ରିପୋର୍ଟ.