ବିବେକ ଶ୍ରବଣ ରାୟଗଡା ଏସପି, ପଦ୍ମିନୀ ସାହୁ ଡିସିପି  ହେଡକ୍ୱାର୍ଟର୍ସ

0

 ଆଇପିଏସ-ଓପିଏସ ସ୍ତରରେ ଅଦଳବଦଳ 

New DCP, HQ
New DCP, HQ

   ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ଅଫିସର  ତଥା ବରିଷ୍ଠ  ଓପିଏସ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ବ୍ୟାଚ  ଆଇପିଏସ ରାହୁଲ ପିଆର ସିଆଇଡି-ସିବି-ଏସ୍ଟିଏଫର ଏସପି ଭାବେ ଅବସ୍ଥାପିତ ହୋଇଥିବା ବେଳେ୨୦୧୪ ବ୍ୟାଚ ଆଇପିଏସ  ବିବେକାନନ୍ଦ ଶର୍ମାଙ୍କୁ ନୂଆ ଏଆଇଜି ହେଡକ୍ୱାର୍ଟର୍ସ,୨୦୧୫  ବ୍ୟାଚ ଆଇପିଏସ ପଦ୍ମିନୀ ସାହୁଙ୍କୁ ନୂଆ ଡିସିପି  ହେଡକ୍ୱାର୍ଟର୍ସ, ୨୦୧୫  ବ୍ୟାଚ ଆଇପିଏସ ରାହୁଲ ଜୈନ ଦେବଗଡ଼ର ନୂଆ ଏସପି ଭାବେ ନିଯୁକ୍ତି ଦିଆଯାଇଛି | ୨୦୧୫  ବ୍ୟାଚ ଆଇପିଏସ  ବିବେକ ଶ୍ରବଣ ରାୟଗଡାର ନୂଆ ଏସପି ଭାବେ ନିଯୁକ୍ତ ହୋଇଥିବା ବେଳେ ୨୦୧୫ ବ୍ୟାଚ ଆଇପିଏସ ଅଫିସର କେ ଏନ ଦୁଗଡ଼ୁଙ୍କୁ ନବରଙ୍ଗପୁରର ଏସପି,  ୨୦୧୫ ବ୍ୟାଚ ଆଇପିଏସ  ପ୍ରତ୍ୟୁଷ ଦିବାକର  ରାଜ୍ୟପାଳଙ୍କ ନୂଆ ଏଡିସି ଭାବେ ନିଯୁକ୍ତି ପାଇଛନ୍ତି |

  ସେହିପରି ଓପିଏସ ଅଫିସଏର ମାଧବ ଚନ୍ଦ୍ର ସାହୁଙ୍କୁ ନୂଆ ଏଆଇଜି ପର୍ଶନେଲ ଭାବେ ,ଓପିଏସ ଅଫିସର କେ କେ ଡଂଗାୟାତ ନୂଆ ଏସଆରପି କଟକ,  ଓପିଏସ ଅଫିସର ଅମୁଲ୍ୟ କୁମାର ଦାସ ଖୋରଧାର ନୂଆ ଏସପି ଭାବେ ଓପିଏସ ଅଫିସର  ଦୀପ୍ତି ରଞ୍ଜନ ରାୟ ସିଆଇଡି-ସିବି ଏସପି,  ଓପିଏସ ଅଫିସର ସନ୍ତୋଷ କୁମାର ନାୟକଙ୍କୁ ଏସପି ଏସଆଇଡବ୍ଲ୍ୟୁ   ପ୍ରାଣଧନ ମହାପାତ୍ରଙ୍କୁ ହେଡକ୍ୱାର୍ଟର୍ସରେ, ଓପିଏସ ଅଫିସର ରାଧା ବିନୋଦ ପାଣିଗ୍ରାହୀ କଟକର ନୂଆ ଏସପି ଭାବେ ଓ    ଓପିଏସ ଅଫିସର ରବି ନାରାୟଣ ବେହେରାଙ୍କୁ ରାଜ୍ୟ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି |  

 

Leave A Reply

Your email address will not be published.