ଜଗତସିଂହପୁର ତା-20-12-2025 ସୁମନ୍ତ କୁମାର ଦାସ: ଶନିବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।
ବିରିଡି ଥାନା ଅନ୍ତର୍ଗତ ଉତ୍ତରସାହି ସ୍ଥିତ ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ରେ ଦୀର୍ଘ ଦିନ ହେବ ଗଞ୍ଜେଇ କାରବାର ଲୁଚାଛପା ରେ ଚାଲୁଥିବା ବେଳେ ଏକ ବିଶେଷ ସୂତ୍ର କୁ ଆଧାର କରି ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା, ଜଗତସିଂହପୁର ର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ନିଜ ଟିମ ସହ ଚଢାଉ କରିଥିଲେ। ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳ ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାକୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୧କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ଯ ଟ ୧୫,୪୦୦ଙ୍କା।ଗିରଫ ଅଭିଯୁକ୍ତ ଜଣକ ହେଲେ ବିରିଡି ଥାନା ଅଲାଣ୍ଡୋ ଗ୍ରାମର ନୃସିଂହ ଚରଣ ପରିଜାଙ୍କ ପୁଅ ରଞ୍ଜନ ପରିଜା(୪୫)।
ସେହିପରି ଅନ୍ୟ ଏକ ଘଟଣା ରେ ତିର୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ସ୍ମିତା ପଣ୍ଡାଙ୍କ ନେତୃତ୍ବରର ଏକ ଟିମ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଚଢାଉ କରି ୧କେଜି ୫୪୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବେପାରରେ ଜଡିତ ଥିବା ଗୋପାଳପୁର ଗ୍ରାମର ଶରତ ଚନ୍ଦ୍ର ବାରିକଙ୍କ ପୁଅ ତ୍ରିଲୋଚନ ତିଲ ପ୍ରସାଦ ବାରିକଙ୍କୁ(୩୬) ଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ଯ ଟ ୧୫,୫୪୦ ଙ୍କା ହେବ।
ଆଜିର ଏହି ଚଢାଉ ରେ ତିର୍ତ୍ତୋଲ ଅବକାରୀ ଥାନାର କନଷ୍ଟେବଳ ଲକ୍ଷ୍ମୀନାରାୟଣ ମଲ୍ଲିକ, କଲ୍ୟାଣୀ ସେଠୀ ଏବଂ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା, ଜଗତସିଂହପୁର ର ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳେଇ, ଏ ଏସ୍ ଆଇ ସନ୍ତୋଷ ନାୟକ, ପିନାକୀ ରଞ୍ଜନ ରାଉତ, କନଷ୍ଟେବଳ ସବିତା ନାୟକ, ସୁକାନ୍ତ ମାଝୀ ପ୍ରମୁଖ ସାମିଲ ଥିଲେ।
ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ଅଲଗା ଅଲଗା ମାମଲାରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post