ପୁରୀ: ବାଲ୍ୟ ବିବାହ ବିରୋଧରେ ସରକାରୀ ପଦକ୍ଷେପ ସହ ସାମାଜିକ ସଂକଳ୍ପକୁ ଏକତ୍ର କରି ପୁରୀରେ ଜିଲ୍ଲାସ୍ତରୀୟ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ଅଧିକାରୀ, ଶିକ୍ଷାବିଦ୍, ସ୍ୱେଚ୍ଛାସେବୀ ଓ ମହିଳା କର୍ମୀମାନେ ବାଲ୍ୟ ବିବାହକୁ ସାମୁହିକ ଭାବେ ପ୍ରତିରୋଧ କରିବାର ଶପଥ ନେଇଛନ୍ତି। ଏହି କର୍ମଶାଳାରେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ଉପ-ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କହିଥିଲେ ଯେ ବାଲ୍ୟ ବିବାହ କେବଳ ଆଇନ ସମସ୍ୟା ନୁହେଁ, ଏହା ଏକ ସାମାଜିକ ଚ୍ୟାଲେଞ୍ଜ। “ଆଇନ ଅଛି, କିନ୍ତୁ ଜନସଚେତନତା ହିଁ ପରିବର୍ତ୍ତନର ମୂଳ ଚାବି”। ୧୦୦ ଦିନିଆ ଏହି ସଚେତନତା କାର୍ଯ୍ୟକ୍ରମ ନଭେମ୍ବର ୨୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସ୍ଥଳର ପୂଜକମାନଙ୍କୁ ମଧ୍ୟ ଅଭିଯାନରେ ସାମିଲ କରାଯିବ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଅଭିଯାନର ଲକ୍ଷ୍ୟ ଓ ରଣନୀତି ଉପସ୍ଥାପନ କରିଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସହ ଅନ୍ୟ ଅତିଥିମାନେ ବାଲ୍ୟ ବିବାହର କୁପରିଣାମ ଉପରେ ଆଲୋକପାତ କରିଥିଲେ। ସିଡିପିଓ, ସୁପରଭାଇଜର ଓ ଅଙ୍ଗନବାଡି କର୍ମୀମାନଙ୍କର ଅନୁଭବ ଆଲୋଚନାକୁ ଅଧିକ ବାସ୍ତବମୁଖୀ କରିଥିଲା।
Sign in
Sign in
Recover your password.
A password will be e-mailed to you.