ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସାରସ୍ୱତ ଆସରରେ ୟୁ ଟ୍ୟୁବ ପତ୍ରିକା ‘ପାହାଚ’ର ଲୋକାର୍ପଣ ।

2

ଭୁବନେଶ୍ୱର – ତା 19.12 : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଆସରରେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ ସୁକାନ୍ତ ସୁବୁଦ୍ଧିଙ୍କ ସ୍ମୃତିରେ ହୋଇଥିବା କବିତା ପାଠର ସମ୍ପାଦିତ ଭିଡ଼ିଓର ଲୋକାର୍ପଣ କରାଯାଇଥିଲା । ପରିଷଦର ୟୁ ଟ୍ୟୁବ ପତ୍ରିକା ‘ପାହାଚ’ରେ ଏହାର ପ୍ରିମିୟର ହୋଇଥିଲା । ବିଦାୟୀ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କବିତା ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୌସୁମୀ ଦାସ । ଏହି ଅବସରରେ  ପୂର୍ବତନ ଯୁଗ୍ମ ଶାସନ ସଚିବ ବନ୍ଦିତା ଦାଶ,ଉପ-ସଭାପତି କମଳିନୀ ମଲ୍ଲିକ,ପୁଷ୍ପାଞ୍ଜଳି ବିଶୋୟୀ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ବିଜନବାଳା ପାଟଯୋଷି ,ସୁଶାନ୍ତ ଧର ,ମୌସୁମୀ ଦାସ ସ୍ୱରଚିତ  କବିତା ପାଠ କରିଥିଲେ ।  ଆଜିର ଆସରରେ ସଭାପତିତ୍ୱ କରିଥିଲେ ପରିଷଦର ଉପ ସଭାପତି କମଳିନୀ ମଲ୍ଲିକ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୀଲ କୁମାର ବେହେରା । ଲେଖକ ପରିଷଦର ୟୁ ଟ୍ୟୁବ ସାହିତ୍ୟ ପତ୍ରିକା ‘ପାହାଚ’ରେ ନିୟମିତ ଭାବେ ଭିଡ଼ିଓ ଅପଲୋଡ଼ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେବା ସହିତ ଏହାକୁ https://youtu.be/1HIbk4Qbyko?si=gvBoRk9LRO1UjAwi ରେ କ୍ଲିକ କରି ସବସ୍କ୍ର।ଇବ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.