ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଉକ୍ତ ଉତ୍ସବ ରେ ଅଧ୍ୟକ୍ଷ ତଥା ସଭାପତି , ନାଟ୍ୟ ଓ ସାଂସ୍କୃତିକ ପରିଷଦ ଡ. ମହେନ୍ଦ୍ର ରଇତ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ନିଜ ଅଭିଭାଷଣ ରେ ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ପାଠ ପଡ଼ିଲେ ଜିଲ୍ଲା ର ନା ସାରା ରାଜ୍ୟ ଓ ବାହାର ରାଜ୍ୟରେ ନା କରିବେ ବୋଲି କହିବା ସହ ପିତା ମାତା , ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ମାନ ଦେବା କଥା କହିଥିଲେ।
ଏହି ଅବସର ରେ ବିଧାୟକ ପାଣ୍ଠି ରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଉନ୍ନତି ପାଇଁ ୩ ଲକ୍ଷ୍ୟ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା , ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନା ଥିଲେ।
ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ସ୍ୱାଗତିକା ପଣ୍ଡା ପରିଚାଳନା କରିଥିବା ବେଳେ ବିଧାୟକ ନିଜ ପାଣ୍ଠି ରୁ ଅନୁଦାନ ଘୋଷଣା କରିଥିବାରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ କର୍ମକର୍ତ୍ତା ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.