ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରି କେବଳ ମାଧ୍ୟମ ନୁହେଁ, ସ୍ୱରୋଜଗାର ମାଧ୍ୟମରେ ଆତ୍ମନିର୍ଭରଶୀଳତା ସମ୍ଭବ: ଜିଲ୍ଲାପାଳ   

0

  ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

ନୂଆପଡ଼ା(ଅମିତ କୁମାର ପୁରୋହିତ) 

ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ  ହୋଇ ଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଡିଆରଡିଏ ପିଡି ବୃଷବ ଚନ୍ଦ୍ର ନାଏକ, ଓରମାସର ସହ ନିର୍ଦ୍ଦେଶକ  ରବିନ୍ଦ୍ର କୁମାର ପ୍ରଧାନ, ଓଏଲଏମର ପିଡିଏମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଶଙ୍କର ମୋହନ ସତପଥୀ ନିଯୁକ୍ତି ମେଳାର ଉଦେ୍ଧଶ୍ୟ ଜ୍ଞାପନ କରିଥିବା ବେଳେ ବରିଷ୍ଠ  କିରାଣି ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରି କେବଳ ମାଧ୍ୟମ ନୁହେଁ । ସ୍ୱରୋଜଗାର ମାଧ୍ୟମରେ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହୋଇ ପରିବାର ପ୍ରତିପୋଷଣ କରି ପାରିବେ ବୋଲି ଜିଲ୍ଲାପାଳ ଯୁବକ ଯୁବତୀଙ୍କୁ ଉଦ୍ବୋଧନ ଦେଇଥିଲେ । ଏଠାରେ ନୂଆପଡ଼ା ବ୍ଲକରୁ ୧୩୨,କୋମନାରୁ ୩୩୯, ଖଡିଆଳରୁ ୫୩, ସିନାପାଲିରୁ ୪୧ ଓ ବୋଡେନରୁ ୨୬ ଜଣ ଯୁବକ ଯୁବତୀ ପଂଜିକୃତ ହୋଇଥିଲେ । ସେଥିରୁ ୧୪ଟି କର୍ମସଂସ୍ଥାନ ଜରିଆରେ ୩୦୦ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ୯ଟି କର୍ମ ସଂସ୍ଥନରେ ୨୯୧ ଜଣ ଯୁବକ ଯୁବତୀ ତାଲିମ ଗ୍ରହଣ ପାଇଁ ଚୟନ ହୋଇଛନ୍ତି । 

 

 

 

 

Leave A Reply

Your email address will not be published.