“ସମସ୍ୟା ଜଣାଇ ଆଲୋଚନା କଲୁ, ପୂରଣ  ପାଇଁ ମିଳିଛି ପ୍ରତିଶ୍ରୁତି”

0

ଦିଲ୍ଲୀରୁ ଫେରିଲା ଜିଲ୍ଲା ଓକିଲ ସଂଘ

ନୂଆପଡ଼ା(ଅମିତ କୁମାର ପୁରୋହିତ) 

ଗତ ୪ ତାରିଖରେ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଓକିଲ ସଂଘର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୀଲ୍ଲୀ ଗସ୍ତ  କରିଥିଲେ । ସେଠାରେ କେନ୍ଦ୍ର ରେଲ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ପରିବେଶ  ମନ୍ତ୍ରୀ ଭଳି ୩ଟି ବରିଷ୍ଠ  ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ । ଜିଲ୍ଲା ମୁଖ୍ୟାଳୟର ରେଲୱେ ଷ୍ଟେସନ ଉନ୍ନତି ସହିତ ସମସ୍ତ ସୁପରଫାଷ୍ଟ ଓ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ କେନ୍ଦ୍ର ରେଲ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଏହି ଟିମ ଆଲୋଚନା କରିଥିଲା । ସଦର ବ୍ଲକ ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପରେ ୩୫୪ ମିଟର ପାଣି ଗଚ୍ଛିତ ରଖିବାକୁ ଜଙ୍ଗଲ  ଓ ପରିବେଶ ବିଭାଗର ଅନୁମତି ପାଇଁ କେନ୍ଦ୍ର ଜଙ୍ଗଲ  ଓ ପରିବେଷ ମନ୍ତ୍ରୀ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଭେଟି ଆଲୋଚନା କରିଥିଲେ । ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟକୁ ହାର୍ଡ ଷ୍ଟେସନ ମାନ୍ୟତା ପାଇଁ ମାନବ ସଂସାଧନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଥିଲେ । ସମସ୍ତ ଦାବୀ ଉପରେ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜିଲ୍ଲା ଓକିଲ ସଂଘ ସଭାଗୃହରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ  କୁମାର ପାଢୀଙ୍କ ନେତୃତ୍ୱରେ ସ୍ଥାନୀୟ ବଣିକ ସଂଘ ସଭାପତି ସରୋଜ କୁମାର ସାହୁ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ଧର୍ମବୀର ଯୋଷୀ, ଅଶ୍ୱିନୀ ବାଗ, ବିଶ୍ୱମଣୀ ପାଣିଗ୍ରାହୀ, ସଂଜୟ ପୁରୋହିତ, ଭରତଲାଲ ରାଉତ, ପପୁ ସ୍ୱାଇଁ, କୁମୁଦ ହୋତାଙ୍କ ସମେତ ସହରର ଜିଲ୍ଲା ଓକିଲ ସଂଘ, ସିଭିଲ ବାର ଏସୋସିଏସନ, ସ୍ଥାନୀୟ ବଣିକ ସଂଘ, ଜିଲ୍ଲା ଠିକାଦାର ସଂଘର କର୍ମକର୍ତ୍ତା ପ୍ରତିନିଧି ଦଳରେ ସାମିଲ ଥିଲେ ।

Leave A Reply

Your email address will not be published.