(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ): ଗୁଣପୁର ୧୮/୧୨() ଗୁଣପୁର ଚଇତି ଇଡ଼ତାଲ ମହୋତ୍ସବ ଅବସରରେ ସ୍ଥାନୀୟ ମିନିଷ୍ଟାଡିୟମରେ ପ୍ରଶାସନିକ ଏକାଦଶ ଓ ସାମ୍ବାଦିକ-ଓକିଲ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରଶାସନିକ ଏକାଦଶ ଦଳ ୧୧ ରନରେ ବିଜୟ ହାସଲ କରିଥିଲେ। ପ୍ରଶାସନିକ ଏକାଦଶ ଦଳର ଅଧିନାୟକ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଶାସନିକ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ବିନିମୟରେ ୧୧୭ ରନ କରିଥିଲେ। ଦଳ ପକ୍ଷରୁ ସୁଶାନ୍ତ ସର୍ବାଧିକ ୩୪ ରନ,ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ୨୫ , ଡ଼ମ୍ବୁର ଗୌଡ଼ ଓ ରାଧା ସେଠି ୯ ରନ ଲେଖାଏ କରିଥିବା ବେଳେ ପଦ୍ମପୁର ବିଡ଼ିଓ କୁରେଶୁ ଯାନୀ ୬ ,ଗୁଣପୁର ବିଡ଼ିଓ ସ୍ବସ୍ତିକ ଜମାଦାର ୨ , ଉପଜିଲ୍ଲାପାଳ ଅଭିଷେକ ଦିଲ୍ଲୀପ ଅପରାଜିତ ୩ ରନ କରିଥିଲେ। ସାମ୍ବାଦିକ-ଓକିଲ ଦଳ ପକ୍ଷରୁ ଦେବେନ୍ଦ୍ର ଗୌଡ଼, ଦୀପକ ପଣ୍ଡା, ଲକ୍ଷ୍ମୀ ମହାଙ୍କୁଡ଼, ସତୀଶ କୁମାର ଓ ସିଦ୍ଧାର୍ଥ ଦାଶ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଏହାପରେ ୧୧୮ ରନ ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ ଆରମ୍ଭ କରିଥିବା ସାମ୍ବାଦିକ-ଓକିଲ ଦଳ ମଧ୍ୟ ଲଢୁଆ ଭାବରେ ଖେଳି ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୧୦୭ ରନ କରିବାକୁ ସକ୍ଷମ ହୋଇ ପରାଜୟବରଣ କରିଥିଲେ। ଦଳ ପକ୍ଷରୁ ଅଧିନାୟକ କିରଣ କୁମାର ପାଣିଗ୍ରାହୀ ଏକାକୀ ସୁନ୍ଦର ଭାବରେ ଖେଳି ୫୮ ରନ କରିଥିବା ବେଳେ ରାମ ନାୟକ ୫ ସିଦ୍ଧାର୍ଥ ଦାଶ ୫ ଓ ରାଜେଶ ପଣ୍ଡା ୫ ରନ କରିଥିଲେ। ପ୍ରଶାସନିକ ଏକାଦଶ ପକ୍ଷରୁ ବୋଲର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବସ୍ତିକ ଜମାଦାର ୩ ଉଇକେଟ ଅକ୍ତିଆର କରିଥିବା ବେଳେ ସନ୍ତୋଷ ନାୟକ,ପୂର୍ଣ୍ଣ ଚନ୍ଦ୍ର ସାହୁ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଆଜିର ମ୍ୟାଚକୁ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ଓ ହରିବନ୍ଧୁ ଶବର ପରିଚାଳନା କରିଥିଲେ। ଏହି ଅଵସରରେ ଗୁଣପୁର ସୋସିଆଲ ସର୍ଭିସ ଏଣ୍ଡ ସ୍ପୋଟିଙ୍ଗ କ୍ଲବ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ଭାରପ୍ରାପ୍ତ ତହସିଲଦାର ଗୟା ଡ଼ମ୍ବରୁ ବେହେରା, ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ ଗଣପତି, କ୍ରୀଡ଼ା କମିଟି ସଦସ୍ୟ ସପନ ଦାଶ ,ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post