ବେଟି ବଚାଓ ବେଟି ପଢାଓ ଅଭିଯାନ ଆନୁକୂଲ୍ୟରେ ସାଇବର ଜୁଲୁମକୁ ନେଇ ପ୍ରକଳ୍ପ ସ୍ତରୀୟ ଏକ ଦିବସୀୟ କର୍ମଶାଳା।

2

 ସୁବର୍ଣ୍ଣପୁର, ଶାସକ ପ୍ରଶାସକ( ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ୍ ମିଶନଶକ୍ତି ସଭାକକ୍ଷରେ ପୂର୍ବାହ୍ନରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆନୁକୂଲ୍ୟରେ ସାଇବର ଜୁଲୁମ୍ ସଚେତନତାକୁ ନେଇ ଡୁଙ୍ଗୁରିପାଲି ସିଡିପିଓଙ୍କ ତତ୍ତ୍ଵାବଧାନରେ ପ୍ରକଳ୍ପ ସ୍ତରୀୟ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ଏ ସକାଶେ ଆୟୋଜିତ କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ବିଡ଼ିଓ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍’ଘାଟନ କରିବା ପରେ ଏବିଡିଓ ମହେଶ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ସୋଇଥିଲା। ଆଇନ ପରାମର୍ଶଦାତା ଜୟପ୍ରକାଶ ନନ୍ଦ,ଆଇ.ଟି ମାନସ ରଞ୍ଜନ ମେହେର ମହୋଦୟ ,ବିପିସି ସଞ୍ଜିତ୍ ଷଡ଼ଙ୍ଗୀଙ୍କ ସମେତ ସିଡିପିଓ ମୌସୁମୀ ମାଇତି ମଞ୍ଚ ଉପରେ ମଞ୍ଚା ସୀନ ଥିଲେ।ଆଇସିଡିଏସ୍ ସୁପର୍’ଭାଇଜର୍ ସୀତା ମେହେରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।ସର୍ବପ୍ରଥମେ ଶ୍ରୀମତୀ ମେହେର ବେଟି ବଚାଓ ବେଟି ପଢ଼ାଓ ସଚେତନତା ଉପରେ କଣ୍ଠ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ପରେ ପରେ ବରପାଲି ଲିଟିଲ୍ ଏଞ୍ଜେଲ୍ସ୍ ପବ୍ଲିକ୍ ସ୍କୁଲ ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଝାନ୍ସୀ ବନଛୋର ସାଇବର ଅପରାଧ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ତିମ ପର୍ଯ୍ୟାୟରେ ଅତିଥିବୃନ୍ଦ,ଆଇନ ପରାମର୍ଶଦାତା,ସିଡିପିଓ ମୌସୁମୀ ମାଇତି ବେଟି ବଚାଓ ବେଟି ପଢ଼ାଓ ଦିଗରେ ଆହ୍ଵାନ ଦେଇ ଜନ ସାଧାରଣ ଏ କ୍ଷେତ୍ରରେ ସଚେତନ ରହିବା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ଏଥି ସହ ଡୁଙ୍ଗୁରିପାଲି ବ୍ଳକ୍ ଅଞ୍ଚଳର ୩ କୃତୀ ଛାତ୍ରୀଙ୍କୁ ଏକ ହଜାର ଲେଖାଏଁ ଟଙ୍କା ପ୍ରଦାନ ସହ ପୁରସ୍କୃତ କରା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଆଇସିଡିଏସ୍ ସୁପର୍’ଭାଇଜର୍, ଅଙ୍ଗନୱାଡ଼ି କର୍ମୀ,ଏସ୍.ଏଚ୍.ଜି ମେମ୍ବର ଏବଂ କିଶୋରୀବାଳିକା ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।ଶେଷରେ ବିପିସି ସଞ୍ଜିତ୍ ଷଡ଼ଙ୍ଗୀଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯିବା ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା।

Leave A Reply

Your email address will not be published.