ଗୁଣପୁର ଉପଖଣ୍ଡ ଚଇତି-ଇଡିତାଲ କ୍ରିକେଟ ପ୍ରତିଯୋଗିତା , ରାଇଜିଙ୍ଗ ଷ୍ଟାର ଦଳ ଚାମ୍ପିୟାନ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ): ଗୁଣପୁର ୧୮/୧୨() ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଇଡ଼ତାଲ ମୋହତ୍ସବ ପାଳନ ଅଵସରରେ ମିନିଷ୍ଟାଡିୟମରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତାରେ ରାଇଜିଙ୍ଗ ଷ୍ଟାର ଦଳ ଫାଇନାଲରେ ଖାମ୍ବାଗୁଡା ଦଳକୁ ପରାସ୍ତ କରି ଚାମ୍ପିୟାନ ହୋଇଛି। ଖାମ୍ବାଗୁଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ମୋଟ ୮୬ ରନ କରିଥିଲେ। ଦଳ ପକ୍ଷରୁ ଚିଣ୍ଟୁ ୨୭ ରନ କରିଥିବା ବେଳେ ରାଇଜିଙ୍ଗ ଷ୍ଟାର ଦଳର ବୋଲର ସୁଶାନ୍ତ ୩ ଟି ଉଇକେଟ ଅକ୍ତିଆର କରିଥିଲା। ୮୭ ରନ ର ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ କରି ଏକ ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ୮୭ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲେ। ଦଳ ପକ୍ଷରୁ ବ୍ୟାଟସ ମ୍ୟାନ ସାଗର ୫୫ ରନ କରିଥିଲେ। ଆଜି ସକାଳେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନଲ ମ୍ୟାଚରେ ଖାମ୍ବାଗୁଡା ଦଳ ମିଣିଙ୍ଗ ଦଳକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ଖାମ୍ଵାଗୁଡା ଦଳ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ବିନିମୟରେ ୧୦୮ ରନ କରିଥିଲେ। ଦଳ ପକ୍ଷରୁ ପ୍ରଧାନ ୪୬ ରନ କରିଥିବା ବେଳେ ମିନିଙ୍ଗ ଦଳର ବୋଲର ଦିଲ୍ଲୀପ ୩ ଟି ଉଇକେଟ ଅକ୍ତିଆର କରିଥିଲେ। ୧୦୯ ରନ ବିଜୟ ଲକ୍ଷ୍ୟ ରଖି ବ୍ୟାଟିଂ ଆରମ୍ଭ କରିଥିବା ମିନିଙ୍ଗ ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୦୬ ରନ କରିବାକୁ ସକ୍ଷମ ହୋଇ ମାତ୍ର ୨ ରନ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ଦଳ ପକ୍ଷରୁ କାଣ୍ଟିଆ ୩୪ ରନ କରିଥିବା ବେଳେ ଖାମ୍ଵାଗୁଡା ବୋଲର ସନ୍ତୋଷ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଆଜିର ଖେଳ ଗୁଡିକୁ ରଞ୍ଜନ ଜେନା ଓ ହରିବନ୍ଧୁ ଶବର ପରିଚାଳନା କରିଥିବା ବେଳେ ଉଦିତ ଶବର ସ୍କୋରର ଦାୟିତ୍ୱ ତୁଲାଇଥିଲେ। ମୁଖ୍ୟ ଅତିଥି ରୂପେ ଚଇତି ଉତ୍ସଵ କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ,ସମ୍ମାନିତ ଅତିଥି ରୂପେ ଗୁଣପୁର ସୋସିଆଲ ସର୍ଭିସ ଏଣ୍ଡ ସ୍ପୋଟିଙ୍ଗ କ୍ଲବ ସଭାପତି ତଥା ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଓ ଚଇତି କ୍ରୀଡା କମିଟିର ଅଧ୍ୟକ୍ଷ ତଥା ବିଡ଼ିଓ ସ୍ବସ୍ତିକ ଜମାଦାର ,ଏକ୍ସିସ ବ୍ୟାଙ୍କ ପରିଚାଳକ ଦିଲ୍ଲୀପ ପଣ୍ଡା ଯୋଗଦେଇ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ। କ୍ରିକେଟ ପ୍ରତିଯୋଗିତାକୁ ଗୁଣପୁର ଏକ୍ସିସ ବ୍ୟାଙ୍କ ପ୍ରଯୋଜନା କରିଥିବା ବେଳେ କ୍ରୀଡା କମିଟି ସଦସ୍ୟ କିରଣ କୁମାର ପାଣିଗ୍ରାହୀ,ସପନ ଦାଶ ଓ ରବୀନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।

Leave A Reply

Your email address will not be published.