ଭୁବନେଶ୍ୱର,୧୮/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ବଡ଼ ଦିନ ପରିପ୍ରେକ୍ଷୀରେ ନିକଟରେ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆର ବୋର୍ଡ ଅଫ୍ ଡାଇରେକ୍ଟର ଡିଷ୍ଟିଙ୍ଗୁଇସ୍ଡ ସଦସ୍ୟା ଶ୍ରୀମତି ଉପାସନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସିକ୍କିମ୍ର ମେକ ଅପ୍ ଆର୍ଟିଷ୍ଟ ଶ୍ରୀ ଏଥେନ୍ ସୈଲେଶ ପ୍ରଧାନ ଯୋଗ ଦେଇ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭର ମୁଖ୍ୟ ଉଦେ୍ଧଶ୍ୟ ବିଷୟରେ ଆଲୋକପାତ କରିଥିଲେ ।
୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଏକ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ । ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ସହଜ ହୋଇଥାଏ ବୋଲି ସେ କହିଥିଲେ ।
ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ବ୍ୟବହାର କରାଯାଇଥାଏ । ଅନେକ କେକ୍ରେ ଡ୍ରାଏ ଫୁ୍ରଟ୍୍, ଚେରି, ଫ୍ରୁଟି, କାନ୍ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ । ଏହି ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀମାନେ ଏହି ଉତ୍ସବକୁ ପାଳନ କରିଥିଲେ ।
ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଦ କ୍ରାଉନ୍ ଆଇଏଚ୍ସିଏଲ୍ ସିଲେକ୍ସନ ହୋଟେଲ୍ର ଫୁଡ ଆଣ୍ଡ ବେଭେରେଜ୍ ମ୍ୟାନେଜର ଶ୍ରୀ ଲିପନ୍ ପାତ୍ର, ଆମ୍ବେଦକର କଲେଜର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ନାୟକ, କ୍ରିିଷ୍ଣା ଇନଷ୍ଟିଟ୍ୟୁଟ ଅଫ୍ ମ୍ୟାନେଜମେଂଟ ସାଇନସେସ୍ର ପ୍ରଫେସର (ଡକ୍ଟର) ସ୍ୱର୍ଣ୍ଣଲତା ମିଶ୍ର, ରାଜଧାନୀ ମହାବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର ସ୍ମୃତି ରେଖା ସାହୁ, ପଟିଆ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ତ୍ରିଲୋଚନ ରଥ ଏବଂ ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ଥିଲେ ।
ଏସ୍ଏଚ୍ଏମ୍ର ବିଏଚ୍ଏମ୍ ସିଟିର ଦ୍ୱିତୀୟ ବର୍ଷର ଛାତ୍ର ଶୁଭମ୍ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.