୧୭ ଦିନ ମଧ୍ୟରେ ବାପା ସହିତ ୨ ପୁଅଙ୍କ ମୁତ୍ୟୁ ଘଟଣା: ଓଡ଼ଗାଁ ତହସିଲଦାରଙ୍କ ମଣିଷ ପଣିଆକୁ ପ୍ରଶଂସା,

3

ଓଡ଼ଗାଁ,୧୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତଚେମେଡି ଗ୍ରାମରେ ୧୭ ଦିନ ମଧ୍ୟରେ ଆଗ ପଛ ହୋଇ ବାପ ଏବଂ ୨ ପୁଅଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ଖବର ପାଇ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ବୁଧବାର ପୀଡ଼ିତ ପରିବାରଙ୍କ ପାଇଁ ୧ ମାସ ନିମନ୍ତେ ଅଟା, ଚୂଡ଼ା, ଚାଉଳ, ଡାଲି ସହିତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ରାସନ ସାମଗ୍ରୀ ପଠାଇଥିବା ଜଣାଯାଇଛି । ଆଜି ସକାଳେ ସୁପରଭାଇଜର ସୁବାଷ ଚନ୍ଦ୍ର ମିଶ୍ର ବାଣ୍ଠପୁର ପଞ୍ଚାୟତ ଚେମେଡି ଗାଁକୁ ଯାଇ ପୀଡ଼ିତ ପରିବାରଙ୍କୁ ଭେଟି ସାମଗ୍ରୀ ଗୁଡ଼ିକ ହସ୍ତାନ୍ତର କରିଥିଲେ । ଏହି ସମୟରେ ଗ୍ରାମବାସୀମାନେ ସେଠାରେ ପହଞ୍ଚି ତହସିଲଦାର ମଣିଷ ପଣିଆକୁ ପ୍ରଶଂସା କରିବା ସହିତ ୨ ନାବାଳିକାଙ୍କ ଭାଗ୍ୟ ଭବିଷ୍ୟତ ନେଇ ଗ୍ରାମବାସୀ ଅଳି କରିଥିଲେ । ସୁପର ଭାଇଜରଙ୍କ ଠାରୁ ଏ ଖବର ପାଇବା ପରେ ସମାଜ ମଙ୍ଗଳ ଅଧିକାରୀଙ୍କ ସହିତ ଆଲୋଚନା କରି ନାବାଳିକାଙ୍କ ଥଇଥାନ ନିମନ୍ତେ ତହସିଲଦାର ଉଦ୍ୟମ ଆରମ୍ଭ କରିଛନ୍ତି । ସୂଚନା ଥାଉକି ପରିବାରର ବରିଷ୍ଠ ଜରରେ ପଡ଼ି ମୃତ୍ୟୁ ବରଣ କରିଥିବା ବାପା ମାଙ୍କୁ ନାୟକ(୬୫)ଙ୍କ ମୃତ୍ୟୁର ଅଷ୍ଟମ ଦିନ ସୁଦ୍ଧି କ୍ରିୟାରେ କ୍ରିୟା ଧରିଥିବା ସାନ ପୁଅ ମୁନା ନାୟକ(୨୨)ର ଗତ ସୋମବାର ସକାଳେ ମୃତ୍ୟୁ ଘଟିଥିଲା । ଏବଂ ଠିକ୍ ୧୭ ଦିନ ପୂର୍ବେ ପେଟ କାଟୁଥିବା କାରଣରୁ ବଡ଼ ପୁଅ ସୁଶାନ୍ତ ନାୟକ(୩୬) ମୃତ୍ୟୁ ବରଣ କରିଥିଲେ।ଏବେ ପରିବାର ପୁରୁଷ ଶୂନ୍ୟ ହୋଇପଡ଼ିଥିବାରୁ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ମୃତ୍ୟୁ ପରେ ଉକ୍ତ ପରିବାର ଭୟ ଏବଂ ଆଶଙ୍କାରେ ବିଧବା ଶାଶୁ ବୋହୂ ଏବଂ ୨ ନାବାଳିକା ପଡିରହିଥିବା ବେଳେ ତହସିଲଦାରଙ୍କ ସହଯୋଗ ସେମାନଙ୍କ ମନରେ ଅନେକ ଆଶା ସଞ୍ଚାର କରିଛି ।

Leave A Reply

Your email address will not be published.