
ଅସ୍ତରଙ୍ଗ: ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପିର ଯାହାନିଆଁ ବେଳାଭୂମି କୁ ଆସୁଥିବା ବୁଲା ବିକାଳୀ ମାନଙ୍କ ଉପରେ ସେଠାରେ ପୂର୍ବରୁ ଦୋକାନ ବଜ଼ାର କରି ରହିଥିବା ଦୋକାନୀ ମାନଙ୍କ ତରଫରୁ ହେଉଛି ଜୁଲମ | ବସୁଛି କଙ୍ଗାରୁ କୋର୍ଟ, ଆଦାୟ ହେଉଛି ଟଙ୍କା ବୋଲି ଏଭଳି ଅଭିଯୋଗ ମିଳିଛି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ l ଅଭିଯୋଗ ମୁତାବକ ନିକଟ କଣମଣ ଗ୍ରାମର ସୁଦର୍ଶନ ନାୟକ ଜଣେ ଉଠା ଦହିବରା ଦୋକାନୀ ହୋଇଥିବା ବେଳେ, କାକଟପୁର ବ୍ଲକ ର ବାଜପୁର ଗ୍ରାମର ସନ୍ତୋଷ ବୋଲି ଏକ ଯୁବକ ଗୁପୁଚୁପୁ ବେପାର କରି ତାଙ୍କର ପରିବାର ପୋଷି ଥାନ୍ତି l ହେଲେ ଦୁଃଖର ବିଷୟ ଏହି ଦୁଇ ଜଣଙ୍କ ଭଳି ଅନେକ ଛୋଟ ଛୋଟ ବ୍ୟବସାୟୀ ପିର ବେଳାଭୂମିକୁ ଆସୁଥିବା ବେଳେ, ସେଠାକାର ଦୋକାନୀ ମାନେ, ଏହି ଜାଗା ଆମର, ଆମେ ଯାହା କହିବୁ ସେଇଆ ହେବ, ଘର ଆମର ଏହିଠାରେ ଆଦି ଧମକ ଚମକ ଦେଇ ଜଣ ପିଛା ୫୦ ଟଙ୍କାରୁ ଆରମ୍ଭ କରି ଜୋର ଜବର ଦସ୍ତ ୧୦୦ପର୍ଯ୍ୟନ୍ତ ଟଙ୍କା ଆଦାୟ କରୁ ଛନ୍ତି l କେହି ବୁଲା ବିକାଳୀ ପ୍ରତିବାଦ କଲେ, ମାଡ଼ର ଧମକ ଦେବା ସହ, ତାର ବେପାର ପଶରାକୁ ଫୋପାଡ଼ି ଦେବାକୁ ବି କହୁଛନ୍ତି l ହେଲେ ଅନ୍ୟ ଉପାୟ ନ ପାଇ ଏହି ଗରିବ ବୁଲା ବିକାଳୀ ମାନେ ଟଙ୍କା ଦେଉଛନ୍ତି l ଏହି ବିଷୟ ପ୍ରଘଟ ହେବା ପରେ କେତେକ ଗଣ ମାଧ୍ୟମ ପ୍ରତିନିଧି ଓ ଜନ ସାଧାରଣ ପହଞ୍ଚି ଅନୁସନ୍ଧାନ କରିବା ପରେ କଥାଟି ପଦାକୁ ଆସିଥିଲା ଓ ଜୈନିକ ଦୋକାନୀଙ୍କୁ ପଚାରିବାରେ, ଆମେ ଟଙ୍କା ଆଦାୟ କରୁଛୁ, ଆମକୁ ସ୍ଥାନୀୟ ପ୍ରଶାସନ ଆଦି କହିଛନ୍ତି ତୁମେ ବୁଲା ବିକାଳୀ ଙ୍କ ଠାରୁ ଟଙ୍କା ଆଦାୟ କର l ଏଠାରେ ପ୍ରଶ୍ନ ଉଠେ କୋଉ ପ୍ରଶାସନ, କି ସରପଞ୍ଚ କିଏ ଦେଇଛି ଅନୁମତି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ l ଯେଉଁ ଦୋକାନୀ ମାନେ ଯାହାନିଆଁ ବୀଚ ର ଉର୍ନ୍ନତି ପାଇଁ ସରକାର ଙ୍କ ତରଫରୁ ଆସିଥିବା ଟଙ୍କାକୁ ଖର୍ଚ୍ଚ ନ କରାଇ ଦେବା ପାଇଁ ବିରୋଧ କରି ଯେଉଁ ଭଳିଭାବେ କାର୍ଯ୍ୟକ୍ରମ କଲେ ତାହା କାହାକୁ ଅଛପା ନାହିଁ l ତେଣୁ କରି ନିଷା ଦ୍ରଵର ଵାଦଶାହା ପାଲଟି ଥିବା ଏହି ଦୋକାନୀ ମାନଙ୍କୁ ସରକାରି ଜାଗାରୁ ହଟାଇ ବେଳାଭୂମିର ଉର୍ନ୍ନତି କରିବା ପେଇଁ ଜନସାଧାରଣ ଙ୍କ ତରଫରୁ ସରକାରଙ୍କୁ
ନିବେଦନ କରା ଯାଉ ଅଛି l
Sign in
Sign in
Recover your password.
A password will be e-mailed to you.