ଲୁଣି ଗ୍ରାମରୁ ୪୦ ଗ୍ରାମ ସୁନା ସହିତ ୩୦ ହଜାର ଟଙ୍କା ଚୋରି,

3

ଓଡ଼ଗାଁ,୧୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସୁନା ମୁହିଁ ପଞ୍ଚାୟତ ଲୁଣି ଗ୍ରାମର ଭଗବାନ ମୁଦୁଲିଙ୍କ ଘରେ ଶନିବାର ରାତିରେ ଚୋର ପସି ୪୦ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ନଗଦ ୩୦ ହଜାର ଟଙ୍କା ଚୋରି ହେଉଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ଭଗବାନ ମୁଦୁଲି ପରିବାର ସହିତ ଅନ୍ୟତ୍ର ଭୋଜି ଖାଇବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚୋରମାନେ ଦାଣ୍ଡପଟ ତାଲା ଭାଙ୍ଗି ଘରେ ପସି ଆଲମାରୀ ତାଲାଭଙ୍ଗି ସମସ୍ତ ଜିନିଷ ଚୋରି କରିନେଇଥିଲେ। ଏନେଇ ଭଗବାନ ମୁଦୁଲିଙ୍କ ସ୍ତ୍ରୀ ପପିତା ମୁଦୁଲି ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.