ନବରଙ୍ଗପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ

3

ନବରଙ୍ଗପୁର ତା ୧୬.୧୨.୨୦୨୫:ଅଶୋଳ ସାହୁ,ନବରଙ୍ଗପୁର ଜିଲ୍ଲା ର ବଡ଼ମସିଗାଁ ଠାରେ ଆଜି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଛି।ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂସଦ ଖେଳ ଉତ୍ସବର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଗ୍ରାମ ଦେବତୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରାଯାଇ କ୍ରୀଡା ମଶାଲ ପ୍ରଜ୍ବଳିତ କରାଯାଇଥିଲା। ନବରଙ୍ଗପୁର ବିଡ଼ିଓ ଡ ସୁନୀଲ ଖରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ସାଂସଦ ଖେଲ ମହୋତ୍ସବ ର ଜିଲ୍ଲା ସଂଯୋଜକ ଅର୍ଜୁନ ତ୍ରିପାଠୀ,ସମାଜସେବୀ କୁଞ୍ଜ ବିହାରୀ ଦାସ,କୋର୍ କମିଟି ସଦସ୍ୟ ଜ୍ୟୋତି ରଞ୍ଜନ କଂସ, ବଡମସୀ ଗାଁ ସରପଞ୍ଚ କମଲେଶ୍ୱରି ନାୟକ,ଶର୍ମିଷ୍ଠା ଦେଓ, ସନ୍ତୋଷ ପାତ୍ର , ଅନ୍ୟାନ୍ୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
3 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଖେଲ ମହୋତ୍ସବ ରେ କ୍ରିକେଟ, ଫୁଟବଲ, ଭଲିବଲ, 100 ମିଟର, 200 ମିଟର, କବାଡି, ଖୋକ, କୌତୁକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ।

Leave A Reply

Your email address will not be published.