ଓଡ଼ଗାଁ,୧୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ସୋମବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏମ୍ ସୁଶ୍ରୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଭାର ପ୍ରାପ୍ତ ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା.ପୁଷ୍ପା ନିଳିମା ଲାକ୍ରା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ, ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସସ୍ମିତା ମୁଣ୍ଡୁରୀ ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ୭୬ ଗୋଟି ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୬୭ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪ ଗ୍ରାମ ସମୂହ ସମସ୍ୟା ଓ ୫ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ଏବଂ ରେଡ଼କ୍ରସ ସମ୍ବନ୍ଧୀୟ ସମସ୍ୟା ଆଜି ଶୂନ ରହିଥିଲା । ଶିବିରରେ ୨୧ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇଥିଲା । ଅବଶିଷ୍ଟ ମାମଲାଗୁଡିକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପଠାଇ ଦିଆଯାଇଥିଲା । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୁରାଳ ଏବଂ ନନ୍ଦିଘୋର ଗାଁର ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ଭାଗରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିମାନେ ଭତ୍ତା ପାଇବା ପାଇଁ ଜିଲ୍ଲାପାଳଙ୍କୁ ଲେଖି ଜଣାଇଥିଲେ। ପନ୍ତିଖାରୀ ପଞ୍ଚାୟତ ମଶାବାରୀ ଗାଁର ବାପୁଜୀ ମହାନ୍ତି ଏବଂ କୋମଣ୍ଡ ପଞ୍ଚାୟତ ମକରପଦାର ବୁଲୁ ଆଲଟିଆଙ୍କୁ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ହୁଇଲ ଚେୟାର ପ୍ରଦାନ କରିଥିଲେ। ରାସନ୍ କାର୍ଡ, ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ଅଭୟ ବେହେରା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁ, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ, ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ଶିଶୁ ଓ ମହିଳା ସୁରକ୍ଷା ଅଧିକାରୀ ଲହଡ଼ିମାଳା ପ୍ରଧାନ, ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ଯେନାଙ୍କ ସହିତ ଜିଲ୍ଲା ଏବଂ ବ୍ଳକର ବିଭାଗୀୟ ପଦସ୍ଥ ଅଧିକାରୀ ମାନେ ଏଥିରେ ଅଂଶଗ୍ରହଣ କରି ଅଭିଯୋଗ ଶୁଣିଥିଲେ।
Sign in
Sign in
Recover your password.
A password will be e-mailed to you.