କେନ୍ଦୁଝର,ତା୧୫/୧୨- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ୍ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କାବେରୀପଶି ଗ୍ରାମର ବାପ,ମା’ ଛେଉଣ୍ଡ ଝିଅ ଲଳିତା ମହାନ୍ତ ଏବେ ବେସାହାରା। ସରକାରୀ ସାହାଯ୍ୟ ଆଶାରେ ଅନେଇ ବସିଛି। କାବେରୀପଶି ଗାଁରେ ଜଳଧର ମହାନ୍ତଙ୍କର ଘର ସ୍ତ୍ରୀ ଓ ଝିଅଙ୍କୁ ନେଇ ପରିବାର ଚାଲୁଥିଲା। ଝିଅ ଲଳିତାକୁ ନେଇ ଦୁଃଖସୁଖରେ ସଂସାର ଚଳାଉ ଥିଲେ। କିନ୍ତୁ ଦୁର୍ଭାଗ୍ୟ ରୋଗରେ ପଡି ୨୦୧୩ମସିହାରେ ଜଳଧର ଦେହାନ୍ତ ହୋଇଗଲା। ପୂର୍ବରୁ ସ୍ତ୍ରୀ ଗୀତା ୨୦୦୯ମସିହାରେ ଯକ୍ଷ୍ମା ରୋଗରେ ପଡ଼ି ଆରପାରିକି ଚାଲିଯାଇଥିଲା। ଏବେ ଲଳିତା ଘରେ ଏକଟିଆ ତା’ର ଦେଖା ଶୁଣା କରୁଛନ୍ତି ପରିଣତ ବୟସରେ ବୁଢୀମା’ ଓ ବୁଢା ବାପା। ରୋଜଗାର ବୋଲି ସେମାନଙ୍କର କିଛି ନାହିଁ। ସରକାର ତରଫରୁ ମିଳୁଥିବା ଭତ୍ତାକୁ ନେଇ ସେମାନେ ନିର୍ଭରଶୀଳ। ଏହିପରି ଅତି କଷ୍ଟରେ ସେମାନେ ପରିବାର ପାଳନ୍ତି। ମା’ ଗୀତାର ମୃତ୍ୟୁ ବେଳକୁ ଲଳିତାକୁ ଏକ ବର୍ଷ ହୋଇଥିଲା। ସେତେବେଳେ ବି ଏମାନେ କୌଣସି ସରକାରୀ ସାହାଯ୍ୟ ପାଇନଥିଲେ କି ଏବେ ବି ନୁହେଁ। ପରିବାରର ମୁଖ୍ୟ ରୋଜଗାର କରୁଥିବା ସଭ୍ୟଙ୍କ ମୃତ୍ୟୁରେ ମଧ୍ୟ ଜୀବିକା ନିର୍ବାହ ପାଇଁ ସରକାରୀ ସାହାଯ୍ୟ କିଛି ମିଳିଲା ନାହିଁ। କେବଳ ଚାଉଳ ୧୫ କିଲୋଗ୍ରାମ ମିଳୁଛି ଯାହା । ଏହାକୁ ନେଇ ତିନିପ୍ରାଣୀ ଚଳନ୍ତି ଅତି କଷ୍ଟରେ, ସରକାରୀ ଆବାସ ଘରଟିଏ ମିଳିପାରି ନାହିଁ। ପଞ୍ଚାୟତ ଅଧିକାରୀଙ୍କୁ ବହୁବାର ଅଭିଯୋଗ ପରେ ମଧ୍ଯ ଦିନ ପରେ ଦିନ ଗଡାଇ ଚାଲିଛନ୍ତି ଗରିବ ବେସାହାରାକୁ ଏଠାରେ ଭଗବାନ ଭରସା।ଆଉ ଚଉଦିଗ ଅନ୍ଧାର ହିଁ ଅନ୍ଧାର ଏଭଳି ପରିସ୍ଥିତିରେ ଲଳିତା ଏବର୍ଷ ତା’ର ଦଶମ ପରୀକ୍ଷା ଦେବ। ପାଠ ପଢିବାର ଆଗ୍ରହ ଥିଲେ ସୁଦ୍ଧା ଆଗକୁ ବୁଢାବାପା,ବୁଢୀମା ପାଠ ପଢାଇବାକୁ ଅସମର୍ଥ। ଲଳିତାର ପାଠ ପଢିବାର ଆବଶ୍ୟକ ପାଠ୍ଯ ଉପକରଣ ଓ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ଯୋଗାଇ ନ ପାରିବା ନେଇ ଦୁଶ୍ଚିନ୍ତାରେ ପରିବାର। ଏହି ସମସ୍ୟା ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦପୁର ଗାଁ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଶା”ର ଦୃଷ୍ଟିକୁ ଆସିଛି। ଲଳିତାର ରହିବା, ଖାଇବା, ଭଲ, ମନ୍ଦ ଉପରେ ସମସ୍ତ ତଥ୍ୟ ସଂଗ୍ରହ କରିଛି ଆଶା। ପାଠପଢ଼ା ପାଇଁ ତତକ୍ଷଣାତ ଅର୍ଥ ବ୍ୟବସ୍ଥା କରିବା ଓ ଲଳିତାକୁ ଜୀବନ ଜୀବିକା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ଯୋଗାଇ ଦେବାକୁ “ଆଶା” ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି। “ଆଶା”ର ସ୍ବେଚ୍ଛାସେବୀ ଶ୍ରୀ ଡମ୍ବରୁଧର ଘଣା,ମନୋଜ କୁମାର ପଟେଲ,ଲକ୍ଷ୍ମଣ ମହାନ୍ତ, ଯୁଧିଷ୍ଠିର ମହାନ୍ତ ଆଶା ରଖିଛନ୍ତି, ସରକାର ଲଳିତାର ଦୁଃଖ ଶୁଣିବେ ଓ ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ନିଶ୍ଚିତ ପ୍ରଦାନ କରିବେ।
Sign in
Sign in
Recover your password.
A password will be e-mailed to you.