ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ , ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ଆରକ୍ଷୀ ଉପ ଅଧିକ୍ଷକ ରଞ୍ଜନ କୁମାର ଦେ, ବେଲଗୁଣ୍ଠା ବିଡ଼ିଓ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ମମତା ଭୋଳ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୯୭ଜଣ ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ। ମୁଖ୍ୟତଃ ରାସନ କାର୍ଡ , ବାର୍ଦ୍ଧକ୍ୟ ଭତ୍ତା, ଅକ୍ଷମତା, ପିଇବା ପାଣି, ଚାଷ ପାଇଁ ଜଳ, ବିଦ୍ୟୁତ ବିଭାଗ ଉପରେ ଲୋକମାନେ ଅଭିଯୋଗ କରିଥିଲେ। ଏହି ଶିବିରରେ ଅଭିଯୋଗ କରିଥିବା ଗରିବ ଶ୍ରେଣୀ ଅନ୍ତର୍ଭୁକ୍ତ ୭ ଜଣଙ୍କୁ ମେଡିକାଲ ଖର୍ଚ୍ଚ ବାବଦକୁ ୪୨ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସମସ୍ତ ବିଭାଗର ଅଧିକାରୀ ମାନେ ଏହି ଶିବିରରେ ଯୋଗ ଦେଇ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ଉପରେ ଅଭିଯୋଗକାରୀଙ୍କ ସହ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.