ସଫେଇ ଟେଣ୍ଡର ଦାବିରେ କାଉନସିଲର ଧାରଣା ୪୮୦ ଘଣ୍ଟା (୨୦ ଦିନ)

3

ରାଜଗାଙ୍ଗପୁର, ୧୪ /୧୨/୨୫.:  ରାଜଗାଙ୍ଗପୁର ପୌରପାଳିକାରେ ସଫେଇକାର୍ଯ୍ୟକୁ ଟେଣ୍ଡର କରିବା ଦାବିରେ ୮ ଜଣ କାଉନ୍‌ସିଲର ୨୦ ଦିନ ହେଲା ଧାରଣାରେ ବସିଛନ୍ତି । ଗତବର୍ଷ ରାଜଗାଙ୍ଗପୁର ସହରରେ ସଫେଇ ପାଇଁ ହୋଇଥିବା ଟେଣ୍ଡର ଅବଧି ଚଳିତବର୍ଷ ଅକ୍ଟୋବର ମାସରେ ସମାପ୍ତ ହୋଇ ଯାଇଥିଲା। ଠିକାସଂସ୍ଥାର ୧୨ ମାସ କାର୍ଯ୍ୟ ମଧ୍ୟରେ ବିଭିନ୍ନ ୱାର୍ଡର ସଫେଇକୁ ନେଇ ବହୁ ଅଭିଯୋଗ ଆସୁଥିଲା। ପୌରପାଳିକା ଏହାକୁ ଅଣଦେଖାକରି ଉକ୍ତ ସଂସ୍ଥାକୁ ବିନା ଟେଣ୍ଡରରେ ପୁଣି ବର୍ଷକ ପାଇଁ କାର୍ଯ୍ୟାଦେଶ ଦେଇଛି । ଏହାକୁ ୮ କାଉନ୍ସିଲର ଘୋର ବିରୋଧ କରିଛନ୍ତି। ଉପନଗରପାଳ ମହମ୍ମଦ ଇରଫାନଙ୍କ ନେତୃତ୍ବରେ

ସେମାନେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ, ଠିକାସଂସ୍ଥା ବିରୋଧରେ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଠିକାସଂସ୍ଥାକୁ ପୁଣିଥରେ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦେବାକୁ ବିରୋଧକରି ଅକ୍ଟୋବର ୨୭ରେ ଇରଫାନ୍‌ଙ୍କ ନେତୃତ୍ବରେ କାଉନ୍ସିଲରମାନେ ଜିଲ୍ଲାପାଳଙ୍କୁ ଭେଟି ପୁନଃଟେଣ୍ଡର କରିବାକୁ ଦାବି କରିଥିଲେ । ଜିଲ୍ଲାପାଳ ମଧ୍ୟ ୧ ମାସ ମଧ୍ୟରେ ଟେଣ୍ଡର କରିବା ପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି ଜିଲ୍ଲାପାଳଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ଏ ନେଇ ରାଜଗାଙ୍ଗପୁର ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ ନିୟମ ଅନୁଯାୟୀ ଠିକାସଂସ୍ଥାର ଅବଧିକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି।

Leave A Reply

Your email address will not be published.