ଡି.ଏନ୍. ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରଙ୍କର ସୁବର୍ଣ୍ଣ ଜୟନ୍ତୀ ପାଳନ

3

କେନ୍ଦୁଝର,ତା୧୪/୧୨- କେନ୍ଦୁଝରର ପ୍ରସିଦ୍ଧ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୭୬ ବ୍ୟାଚ୍ ପୁରାତନ ଛାତ୍ରଙ୍କର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡି.ଏନ୍ ହାଇସ୍କୁଲ ଅଡିଟୋରିୟମରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ପୃଷ୍ଟି, ନାରାୟଣ ମିଶ୍ର,ସୁବାସ ଚନ୍ଦ୍ର ବଳ,ବାବାଜୀ ଚରଣ ସାହୁ,ଶଶଧର ବେହେରା ଅତିଥି ଭାବରେ ମଞ୍ଚାସୀନ ଥିବାବେଳେ ଡି.ଏନ. ହାଇସ୍କୁଲର ବରିଷ୍ଠ ଶିକ୍ଷକ ଉଦୟନାଥ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ନିଜର ପ୍ରିୟ ଓ ପୂଜ୍ୟ ଶିକ୍ଷକମାନଙ୍କୁ ଉପଢୌଙ୍କନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିବା ଓ ପୂଜ୍ୟ ଗୁରୁମାନଙ୍କଠାରୁ ଆଶୀର୍ବାଦ ଲାଭ କରିବାର ମୂହୁର୍ତ୍ତ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା। ସଭାରେ ଉପସ୍ଥିତ ପୁରାତନ ଛାତ୍ରମାନେ ସେମାନଙ୍କର ଅତୀତ ଛାତ୍ରଜୀବନର ସ୍ମତିକୁ ତାଜା କରିଥିଲେ I ଉକ୍ତ ସଭାରେ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ ଚନ୍ଦ୍ର ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ପ୍ରଦୀପ୍ତ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦୀନବନ୍ଧୁ ସାହୁ , ବିଜୟ କୁମାର ଦୀକ୍ଷିତ, ବସନ୍ତ ସାହୁ, ପାର୍ଥସାରଥି ସାହୁ, ଜଗନ୍ନାଥ ଦାସ, ଅକ୍ଷୟ ପ୍ରସାଦ ଦାସ, ପଞ୍ଚାନନ ମହାପାତ୍ର, ଗୌରଙ୍ଗ ସାହୁ,କମଲେଶ ଚୌହାନ, କାର୍ତ୍ତିକ ଚନ୍ଦ୍ର ଦଣ୍ଡସେନା, ନିମାଇଁ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.