କିଡ୍ସ ଗୀ ବିଦ୍ୟାଳୟର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଜ୍ଜାପନା ଦିବସ ଆଡମ୍ବର ସହ ସମ୍ପନ୍ନ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ସ୍ଥିତ ବିକ୍ରମପୁର ଫୋରେଷ୍ଟ ଅଫିସ ନିକଟସ୍ଥ କିଡ୍ସ ପାରାଡାଇଜ ପ୍ଲେ ଗ୍ରାଉଣ୍ଡ ଠାରେ ଚାଲିଥିବା କିଡ୍ସ ଗୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୫ ର ଉଜ୍ଜାପନା ଦିବସ ଅତ୍ୟନ୍ତ ଆଡମ୍ବର, ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।

ଏହି ଉଜ୍ଜାପନା ଅବସରରେ ଥୟରମା ଓମେନ୍ସ କଲେଜର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ବାଉରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଜ୍ଜ୍ୱଳ କରିଥିଲେ। ମୁଖ୍ୟ ଅତିଥିଙ୍କ ସହ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି, ଶ୍ରୀ ମୁରଲୀଧର ପଣ୍ଡା ଓ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ର ମଞ୍ଚାସୀନ ଥିଲେ।

ପାଞ୍ଚ ଦିନ ଧରି ଚାଲିଥିବା ଏହି ବାର୍ଷିକ କ୍ରୀଡା ମହୋତ୍ସବରେ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କ କ୍ରୀଡା କ୍ଷେତ୍ରରେ ଭବିଷ୍ୟତ ଗଠନକୁ ଗୁରୁତ୍ୱ ଦେଇ ଆୟୋଜିତ “କିଡ୍ସ ଗୀ ପ୍ରିମିଏର ଲିଗ” ଓ ଶେଷ ଦିନରେ ଆୟୋଜିତ “କିଡ୍ସ ଗୀ ଫ୍ୟାମିଲି ଫନ ଓଲମ୍ପିକ୍ସ” ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ରୂପେ ଦେଖାଦେଇଥିଲା।

ଉକ୍ତ କ୍ରୀଡା ମହୋତ୍ସବରେ ପ୍ରି–ନର୍ସେରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶେଷ ଦିନରେ ଅଭିଭାବକମାନଙ୍କ ମଧ୍ୟରେ ଟଗ୍ ଅଫ ୱାର, ଲେମନ ରେସ, ରନିଂ ରେସ ଓ ବେଷ୍ଟ କପଲ୍ ଫନ ଗେମ୍ ଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ମନୋରଞ୍ଜନ କରି କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିଥିଲା।

ପ୍ରତିଯୋଗିତାରେ ସଫଳ ବିଜେତା ଛାତ୍ରଛାତ୍ରୀଙ୍କ ପୁରସ୍କାର ସହ କିଡ୍ସ ଗୀ ପ୍ରିମିଏର ଲିଗ ର ଟାଇଟେଲ ବିଜେତା, ରନର୍ସ ଅପ୍, ବେଷ୍ଟ ବୋଲର, ବେଷ୍ଟ ରନର, ବେଷ୍ଟ ଫିଲଡର ଓ ବେଷ୍ଟ ସିକ୍ସର ନିମନ୍ତେ ନିର୍ଦ୍ଧାରିତ କ୍ୟାସ ପ୍ରାଇଜ ବିଦ୍ୟାଳୟର ବାର୍ଷିକ ଉତ୍ସବ ଦିନ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ୱୟଂପ୍ରଭା ମହାପାତ୍ର ଘୋଷଣା କରିଥିଲେ।

ଶେଷରେ ପାଞ୍ଚ ଦିନ ଧରି ଚାଲିଥିବା ଏହି ବୃହତ୍ କ୍ରୀଡା ମହୋତ୍ସବକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ–ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଆଇପିଏଲ ଆଧାରିତ କିଡ୍ସ ଗୀ ପ୍ରିମିଏର ଲିଗ ସହ ଡିସ୍କସ ଥ୍ରୋ, ଶଟପୁଟ, ଖୋଖୋ ଭଳି କ୍ରୀଡା ଇଭେଣ୍ଟଗୁଡ଼ିକ ଅଭିଭାବକମାନଙ୍କ ମନକୁ ବିଶେଷଭାବେ ଆକର୍ଷିତ କରିଥିଲା ଏବଂ ସେମାନେ ବିଦ୍ୟାଳୟ ପରିଚାଳନାକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.