ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭୈରୋପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି।ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ପ୍ରଧାନଶିକ୍ଷକ ଜଗଦୀଶ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗଦେଇ ଥିଲେ।ପଢିବା,ଗଢିବା ଓଡିଶା କାର୍ଯ୍ୟକ୍ରମକୁ ସଫଳ କରିବା ନିମିତ୍ତ ସମସ୍ତଙ୍କର ସହଯୋଗ କାମନା କରାଯାଇ ଥିଲା। ଆଗାମୀ ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିବା ଉପରେ ବିଶଦ ଆଲୋଚନା ହୋଇଥିଲା। ଜାନୁୟାରୀ ତୃତୀୟ ସପ୍ତାହରେ ଗଠନମୂଳକ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର ବଡଦିନ ଛୁଟି ପୂର୍ବରୁ ହୋଲିଡେ ହୋମ୍ ଓ୍ବାର୍କ ନିଶ୍ଚିତ ଭାବେ ପିଲାଙ୍କୁ ଦିଆଯିବା ସହିତ ଏହାର ଏକକିତା ନକଲ ସ୍କୁଲରେ ରଖାଯିବାକୁ ଆଲୋଚନା ହୋଇଛି।ସ୍ମ।ବଲପୁରରେ ନୂତନ ପାଠ୍ୟ ପୁସ୍ତକ ପ୍ରଣୟନ ପାଇଁ ଆୟୋଜିତ ହୋଇଥିବା ପଞ୍ଚ ଦିବସୀୟ ଶିବିରରେ ବିଜେପୁର ବ୍ଲକରୁ ପ୍ରତିନିଧିତ୍ଵ କରିଥିବା ଜାରିଂ କ୍ଲଷ୍ଟରରୁ ଲେମଧର ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁଙ୍କୁ ବୈଠକର ପ୍ରାରମ୍ଭରେ ଭବ୍ୟ ସ୍ଵାଗତ କରାଗଲା ଥିଲା। ପ୍ରଧାନ ଶିକ୍ଷକଗଣ ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶ ପରିଦର୍ଶନ କରିଥିଲେ। ସହକାରୀ ଶିକ୍ଷକ ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.