ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବେଲଗୁଣ୍ଠା ଠାରେ ରେ ୨ୟ ପର୍ଯ୍ୟାୟ *ସପ୍ତଶକ୍ତି ସଙ୍ଗମ*କାର୍ଯ୍ୟକ୍ରମ ଅନୁଷ୍ଠିତ..

3

ବେଲଗୁଣ୍ଠା-.(ଶିବରାମ ଚୌଧୁରୀ )- ରିଖ ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ଠାରେ ଦ୍ୱିତୀୟ ପର୍ଯ୍ୟାୟ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ପଣ୍ଡା ମୁଖ୍ୟଅତିଥି ,ଅଧ୍ୟାପିକା ସୁଶ୍ରୀ ଗୀତା ଶ୍ରୀ ସାମନ୍ତ ସମ୍ମାନୀତ ଅତିଥି ଓ ଶ୍ରୀମତୀ ରେଣୁ ପ୍ରଭା ଦାଶ ବରିଷ୍ଠା ଶିକ୍ଷିକା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାତୃଶକ୍ତିର ମହତ୍ୱ ସଂପର୍କରେ ମାତୃମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରି ସମ୍ବୋଧିତ କରିଥିଲେ ।ଅଧ୍ୟକ୍ଷା ଭାବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଧାରାଣୀ ପାଢ଼ୀ ଯୋଗ ଦେଇ ଉଚ୍ଚକୋଟୀର ଭାଷଣ ମାଧ୍ୟମରେ ମାତୃମଣ୍ଡଳୀକୁ ମାର୍ଗଦର୍ଶନ କରିଥିଲେ। ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ୮ଶ୍ରୀ ଆଦିତ୍ୟ ପ୍ରସାଦ ମହାଯାତ୍ର ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ କରିଥିବା ବେଳେ ଅନୁଷ୍ଠାନର ଆଚାର୍ଯ୍ୟା ଶ୍ରୀମତୀ ସଜ୍ଞା ଶତରୂପା ରାଉତରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶତାଧିକ ମାଆ ଓ ଭଉଣୀଏଥିରେ ଆଗ୍ରହ ସହକାରେଯୋଗଦାନ କରିଥିଲେ।ସମସ୍ତ ସେବାବ୍ରତୀ ଏହି ଭବ୍ୟ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏଥିରେ ବିଭିନ୍ନ ପିଠାର ପ୍ରଦର୍ଶନୀ ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟ କରାଯାଇ ମାଆମାନଙ୍କୁ ଶ୍ରୀମଦ ଭଗବତ୍ ଗୀତା ବହି ଦେଇ ପୁରସ୍କୃତ କରାଯାଇଥିଲା । ମାଆମାନଙ୍କ ଅପୂର୍ବ ଉତ୍ସାହ ସମସ୍ତଙ୍କୁ ଉତ୍ସାହିତ କରି ପାରିଛି ।

Leave A Reply

Your email address will not be published.