କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ସ୍ବାସ୍ଥ୍ୟ ଶିବିର କାଶୀପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ବାଫ୍ଲିମାଳି ଖଣି ସିଏସଆର୍ ତରଫରୁ ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ରବି ନାରାୟଣ ମିଶ୍ର, କର୍ପୋରେଟ ଅଫେୟାର ବିଭାଗ ଏଭିପି ସୂପର୍ଣ୍ଣା ନନ୍ଦ, ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ, ଉତ୍କଳ ହସ୍ପିଟାଲ ସିଏମଓ ଡ଼ ରାଜେନ୍ଦ୍ର ଲେଙ୍କା, ନୂଆପଡ଼ା ଉତ୍କଳ ଚିକିତ୍ସାଳୟ ମୁଖ୍ୟ ଡ. ରାଜେନ୍ଦ୍ର ମଣ୍ଡଳ ଓ ଖଣି ସିଏସଆର୍ ମୁଖ୍ୟ ମନୋଜ ଦାସ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ।
ଉକ୍ତ ଶିବିରରେ ନୂଆଗାଁ ପର୍ଶ୍ଵସ୍ଥ ମାଇକାଞ୍ଚ, କୋଡ଼ିପାରି ପଂଚାୟତର ୩୯ ଗୋଟି ଗ୍ରାମବାସୀ ଓ ଦୁଇ ଗୋଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଶିବିରରେ ଔଷଧ, ଚର୍ମ, ଶିଶୁ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣା ଔଷଧ ବିତରଣ ଓ ଅଧିକ ଚିକିତ୍ସା ଆବଶ୍ୟକ ସ୍ଥଳେ ପରାମର୍ଶ ପ୍ରଦାନ କରିଥିଲେ। ନୂଆଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ନିମିତ୍ତ ଚିକିତ୍ସାଳୟ ନଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ନପାଇବାରୁ ଲୋକେ ବିଭିନ୍ନ ସମୟରେ ରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ଶଯ୍ୟାଶାୟୀ ହୋଇଥାନ୍ତି।
ସମ୍ପ୍ରତି ସମସ୍ୟା ସକାଶେ ଉତ୍କଳ ଆଲୁମିନା ପକ୍ଷରୁ ପଦକ୍ଷେପ ସ୍ୱରୂପ ଏହି ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଅଛି। ବିଶେଷଜ୍ଞ ଡାକ୍ତର ଏହି ଶିବିରରେ ଯୋଗଦେଇ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପରାମର୍ଶ ଦେବା ସହିତ ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ତେବେ ଉତ୍କଳ ଆଲୁମିନା ପକ୍ଷରୁ ଏପରି ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଅଛି। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ପ୍ରକଳ୍ପ ମୁଖ୍ୟ ଏମ ଦେବୀ ପ୍ରିୟା, ନିରୁପମା ବାରିକ, ଦିଲ୍ଲୀପ ନାଏକ ଓ ପୂର୍ଣ୍ଣରଉଥାନ ପ୍ରକଳ୍ପର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.