ଖୋର୍ଦ୍ଧା ରୁ (ସେକ ଜାଫର): ଖୋର୍ଦ୍ଧା ନିକଟ ଅଙ୍ଗାର ପଡା ପଞ୍ଚାୟତ ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପାଣିଓରା ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ର ଅଧକ୍ଷ ଡ଼ ତାପସ କୁମାର ନାୟକ, ସମ୍ମାନୀତ ଅତିଥି ରୂପେ ବିଆରସିସି ପୂର୍ଣ୍ଣଚନ୍ଦ୍ର ବେହେରା,ଅଙ୍ଗାରପଡା ସରପଞ୍ଚ ମମତା ସାହୁ,ସମିତି ସଭ୍ୟ ସୁମିତ୍ରା ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତି,ଏଲିମେଂଟାରୀ ଶିକ୍ଷକ ସଙ୍ଘର ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ରାଉତ,,ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ଅକ୍ଷୟ କୁମାର ପାଲଟାସିଂହ,ସିଆରସିସି ପ୍ରିୟରଞ୍ଜନ ସାମନ୍ତରା,ପୂର୍ବତନ ସିଅରସିସି ତଥା. ଜିଲ୍ଲାପାଳ ପୁରସ୍କାର ପ୍ରାପ୍ତ ଦେବେନ୍ଦ୍ର କୁମାର ରଥ, ସହଯୋଗ ସେବା ଅନୁଷ୍ଠାନ ର ସମ୍ପାଦକ ବିଜୟ ଲକ୍ଷ୍ମୀ ରାଉତରାୟ,, ଗ୍ରାମ୍ୟ କମିଟି ସଭାପତି ପ୍ରଭାକର ପରିଡା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଧି ବେହେରା, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଭବିଷ୍ୟତରେ
ଭଲ ପାଠ ପଢ଼ି ଜଣେ ଭଲ ମଣିଷ ହୋଇ ଦେଶ ସେବାରେ ନିୟୋଜିତ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ l ଏହି ଅବସରେ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ର ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ସେହିପରି ସ୍ଥାନୀୟ ମାନପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ରଥ ଙ୍କ ଦ୍ୱାରା ସ୍ୱରଚିତ କବିତା “ବାର୍ଷିକ କ୍ରୀଡା ଉତ୍ସବ -2025 ‘ପିଲାଙ୍କ ପାଇଁ ପଦେ “ଉନ୍ମୋଚନ କରାଯାଇ ତାଙ୍କ ଦ୍ୱାରା ଆବୃତ୍ତି କରାଯାଇଥିଲା lବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି ରାଉତ ବାର୍ଷିକ ବିବରଣୀ ଓ ଧନ୍ୟବାଦ ଦେଇଥିଲା ବେଳେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post