ଅସହ୍ୟ ଜାଡ଼ରେ ଥରୁଛି ଓଡିଶାର ଡାର୍ଜିଲିଂଗ ଘୁ.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ.

3

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଅସହ୍ୟ ଜାଡରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଆଜି ୩.୧ ଡିଗ୍ରି ରେକର୍ଡ କରିଛି ପାଣିପାଗ ବିଭାଗ । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଆରମ୍ଭ ହୋଇଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ । ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ପ୍ରବଳ ଜାଡ଼ ଆରମ୍ଭ ହୋଇଯାଉଛି । ଯାହା ପାଇଁ ଘର ଭିତରେ ରହିବା ମଧ୍ୟ ଅସମ୍ଭବ ହେଉ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଧା । ହାଡ଼ଭଂଗା ଜାଡ଼ ଯୋଗୁଁ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଥିବା ବ୍ୟବସୀୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକ ଚିନ୍ତାରେ ରହିଥିବା କହିଛନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟାରେ ଅଞ୍ଚଳ ବାସୀ ରାସ୍ତା କଡ଼ରେ ନିଆର ସହରା ନେଉଥିବା ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଛି l ସବୁଜ ବନାନୀ ଓ ଚତୁଃର ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜିଲିଂ ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ l ଯାହାକି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏ l ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି l ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ସହ ବହୁ ବର୍ଷ ଧରି ଶୀତ ମହୋତ୍ସବ ପାଇଁ ବାରମ୍ବାର ଦାବି ହୋଇ ଆସୁ ଥିଲା l ଶେଷରେ ଶୀତ ମହତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି l ଏହାକୁ ନେଇ ପ୍ରସ୍ତୁତି ବୈଠକ ମଧ୍ୟ ବ୍ଲକ ପ୍ରେଖ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିଲା l ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘତମ କଳିଙ୍ଗା ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନ ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରିଥାଏ l ଘୁ.ଉଦୟଗିରିର ସହରାଞ୍ଚଳରେ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ଆଜି ୩.୧ ଡିଗ୍ରୀ ରେକର୍ଡ କରାଯାଇ ଥିବା ବେଳେ ଗ୍ରାମାଞ୍ଚଳ ଅର୍ଥାତ ସିରକୀ, ସବେରଖଲ, ପୁକୁଲିଙ୍ଗିଆ, ସିପାଏଯୁ, ଡଡାପାଡ଼ା, ତୁମୁସୀଙ୍ଗିଆ, ଲଏରେଜୁ, ଗଦ୍ରିଙ୍ଗିଆ, ସିରିକି, କୁର୍ମୀଙ୍ଗିଆ, ମୁକୁଲିଙ୍ଗିଆ, ଲିଙ୍ଗାଗଡ, ସହରାଅଞ୍ଚ ଅର୍ଥାର ଗୁଦ୍ରିପୋଡ଼ି ଇତ୍ୟାଦି ଅଂଚଳରେ ୨ ଡିଗ୍ରୀ ତଳେ ଥିବା ଅନୁମାନ କରିଛନ୍ତି ପାଣିପାଗ ବିଶଷଜ୍ଞ l ଏହାସହ ଆଭ୍ୟନ୍ତରିଣ ଅଂଚଳରେ ତୁଷାରପାତ ହେଉ ଥିବା ସୁଚନା ମିଳିଛି l ଆଜି ସକାଳ ସୁଦ୍ଧା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୫ ଡିଗ୍ରୀ ଦାରିଙ୍ଗବାଡ଼ିରେ ୫.୬ ଡିଗ୍ରୀ ରେକର୍ଡ ହୋଇଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି l

Leave A Reply

Your email address will not be published.