କେନ୍ଦୁଝର,ଦିଲ୍ଲୀପ ସାହୁ ତା୧୨/୧୨- ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଆଶ୍ରମ ସ୍କୁଲରେ ଲିଙ୍ଗଗତ ବୈଷମ୍ୟ ଏବଂ ଏହାର ସମସ୍ୟା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଝିଅ ମାନଙ୍କୁ ନିଜ ସୁରକ୍ଷା କିପରି କରିବ ବୁଝା ଯାଇଥିଲା। ଏଥି ସହ ସ୍ୱଚ୍ଛତା ପରିଚ୍ଛନ୍ନତା ଉପରେ ସଚେତନ କରାଯାଇଥିଲା। ସାଇବର କ୍ରାଇମ ହେଲେ କିପରି ସୁରକ୍ଷିତ ରହିବା ସୋସିଆଲ ମିଡ଼ିଆ କିପରି ଆମ ଜନଜୀବନକୁ ପ୍ରଭାବିତ କରୁଛି ସେ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଣଜିତ ସାହୁ ଏହି କାର୍ଯ୍ୟକ୍ରମ ଆୟୋଜନରେ ସବୁ ପ୍ରକାର ସହାୟତା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସେ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ପ୍ରଶ୍ନୋତ୍ତର ଉତ୍ତର ଦେଇଥିଲେ। ସଖୀ ପକ୍ଷରୁ ଛାତ୍ରୀଙ୍କୁ ସୁରକ୍ଷା ସହ ବିଭିନ୍ନ ହେଲ୍ପ ଲାଇନ ନଂ ପ୍ରଦାନ କରାଯାଇଥିଲା କି ଦରକାର ବେଳେ ଯୋଗାଯୋଗ କରିବା ଲାଗି। ଏହି କାର୍ଯ୍ୟକ୍ରମରେ ୭୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଆଦି ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.