( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ଅର୍ନ୍ତଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମରେ ପୁରୁଣା ଶତୃତା କୁ ନେଇ ନିଜ ଦଦା ପୁଅ ଭାଇ ର ଛୁରୀ ମାଡରେ ବଡ଼ଭାଇ ସାଗର ଗୌଡ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସ୍କା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ ଟ୍ରାକ୍ଟର ବ୍ୟବସାୟ କୁ ନେଇ ଉଭୟଙ୍କ ମଧ୍ୟରେ ପୁର୍ବରୁ ଶତୃତା ଥିଲା। ଗତକାଲି ସନ୍ଧ୍ୟାରେ ସାଗର କୌଣସି କାମରେ ନିକଟସ୍ଥ ଏକ ଗ୍ରାମକୁ ଯାଉଥିଲାବେଳେ ଚତରା ଶଙ୍ଖ ନିକଟରେ ସାନଭାଇ ଓ କିଛି ଯୁବକ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଆହତ ଅବସ୍ଥାରେ ପ୍ରାଣ ବିକଳରେ ସାଗର ନିକଟସ୍ଥ ମହାରାଜା ପୁର ଗ୍ରାମକୁ ଚାଲିଯାଇଥିଲେ। ଏହି ଭଳି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଆସ୍କା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ସେଠାରୁ ଫେରି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ନଂ ୭୧୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।
Sign in
Sign in
Recover your password.
A password will be e-mailed to you.