ଅସ୍ତରଙ୍ଗ/ଦୁଃଶାସନ ନାୟକ: ସ୍ୱାମୀ, ସ୍ତ୍ରୀ ଭିତରେ ପାରିବାରିକ କଳହ ଓ ବାକ ବିତଣ୍ଡା କୁ ନେଇ ଅସ୍ତରଙ୍ଗ ବଜ଼ାର ରେ ଜଳଖିଆ ଦୋକାନ କରି ଚଳୁଥିବା ଜଣେ ମହିଳା, ଘରେ ଲାଗିଥିବା ଏକ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ବାକୁ
ମିଳିଛି l
ଘଟଣା ରୁ ପ୍ରକାଶ ଜେ, ପୁରି ଜିଲ୍ଲା ଗୋପ ବ୍ଲକ ଅଧୀନ ମୁରୁଡ଼ା ଗ୍ରାମର ରବୀନ୍ଦ୍ର ସାହୁ ଙ୍କ ପୁତ୍ର ଚିରଞ୍ଜିବି ସାହୁ (୩୨)ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳ ରେ ବିଭା ହୋଇଥିବା ଝିଲି ସାହୁ ଙ୍କ ସମେତ ତାଙ୍କର ଗୋଟେ ୧୦ବର୍ଷ ର ଝିଅ ଓ ୬ବର୍ଷ ର ଏକ ପୁଅକୁ ଧରି ଏକ ଜଳଖିଆ ଦୋକାନ କରି ଚଳୁ ଥିଲେ l ହେଲେ ବୁଧବାର ଦିନ ସନ୍ଧ୍ୟା ସମୟ ରେ ପତି, ପତ୍ନୀ ଙ୍କ ଭିତରେ ପାଟିତୁଣ୍ଡ ହେବାରୁ ଚିରଞ୍ଜିବି ପତ୍ନୀ ଝିଲିର ବେକକୁ ଧରି ଧକା ମାରି ଘରେ ପୁରାଇ ଦେଇଥିଲା l ଘରେ ଝିଲି ପସିଯିବ ପରେ ଘର ଭିତର କବାଟ ବନ୍ଦ କରି ପଂଖା ରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ପଛାଇ ଥିଲା l ବାହାରେ ପିଲା ଓ ତାର ସ୍ୱାମୀ କବାଟ ବାରମ୍ବାର ଵାଡୋଇବା ପରେ ନ ଖୋଲିବାରୁ ଘର ମାଲିକ କୁ ଖବର ଦେଇଥିଲେ l ଘର ମାଲିକ ପହଞ୍ଚି ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି ଉପର ଆଜବେଷ୍ଟ ଭାଙ୍ଗି ଘର ଭିତରକୁ ଯାଇ ମୃତକ କୁ ଦେଖିବା ସହ ଭିତର ପଟ ହୁକ ଖୋଲି ଥିଲେ l ସ୍ୱାମୀ ଚିରଞ୍ଜବି କୁ ପୋଲିସ ଥାନାକୁ ନେଇ ଅଟକ ରଖିବା ସହ ଝିଲି ସାହୁ ର ପରିବାର ଙ୍କୁ ଖବର ଦେଇଥିଲେ l ଗୁରୁବାର ଦିନ ପୁରି ରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଥିବା ବେଳେ, ମୃତ କ ପରିବାର ମଧ୍ୟ ଆସି ମୃତ ଶରୀର ନିକ କଟରେ ପହଞ୍ଚିବା ପରେ, ମୃତକ କୁ ବ୍ୟବଚ୍ଛଦ ନିମନ୍ତେ ଚାରିଛକ ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର କୁ ପଠାଇ ଅସ୍ତରଙ୍ଗ ପୋଲିସ କେଶ ନମ୍ବର ୨୩୯ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛ l
Sign in
Sign in
Recover your password.
A password will be e-mailed to you.