ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ଭଞ୍ଜଭୂମି ଭଞ୍ଜନଗର ପ୍ରେସ୍ କ୍ଲବ ତରଫରୁ ନୂତନ ଭାବେ ଯୋଗଦେଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମ ଟି ପ୍ରେସ୍ କ୍ଲବର ସଭାପତି ଲୋକନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀଯୁକ୍ତ କର ଉପଢ଼ୌକନ ପ୍ରଦାନ କରି ଶ୍ରୀଯୁକ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ବିଶ୍ୱମ୍ବର ଜେନା, ଚିନ୍ମୟ କୁମାର ବେବର୍ତ୍ତା ନିଜ ନିଜ ବକ୍ତବ୍ୟ ପ୍ରଦାନ ପରେ ଶ୍ରୀଯୁକ୍ତ ନାୟକ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ସାମ୍ବାଦିକମାନଙ୍କୁ କହିଥିଲେ। ଗୋଟିଏ ପରିବାରର ସଦସ୍ୟ ଭାବେ ମିଳିମିଶି କାମ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ଯେପରି ଉପସ୍ଥାପନା ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବା ବୋଲି ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ। ସଭାପତି ଶ୍ରୀଯୁକ୍ତ କର ସମସ୍ତ ସାମ୍ବାଦିକମାନଙ୍କୁ ସହଯୋଗ କରିବା ଏବଂ ସାମ୍ବାଦିକ ମାନେ ମଧ୍ୟ ସହଯୋଗ କରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ପାତ୍ର, ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉଦୟନାଥ ପଣ୍ଡା,ଗିରିଶ କୁମାର ସାହୁ, ନିଲୁ ବିଷୋୟୀ, ପୁରୁଷୋତ୍ତମ ମହାପାତ୍ର, ସନ୍ତୋଷ କୁମାର ଜେନା, ଦୁର୍ଗାମାଧବ ଆଚାରୀ, ରଞ୍ଜିତ ଜେନା, ନବ କୁମାରବିଷୋୟୀ, ରବୀନ୍ଦ୍ର କୁମାର ପ୍ରଧାନ, ସୁବ୍ରତ ଦାସ, ମନୋଜ କୁମାର କର, ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.