ଭଞ୍ଜନଗର ଡାକ ବଙ୍ଗଳା ରେ ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ

3

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭାରତୀୟ ବିକାଶ ପରିଷଦ ତରଫରୁ ଆଜିର ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇ ସଭାପତି ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ ନିମ୍ନ ପ୍ରସ୍ତାବ ଗୁଡିକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ୧୯୯୨ ମସିହାରେ ପୁନଃ ଗଠନ କରି ନୂତନ ଜିଲ୍ଲାଭାବେ ଗଜପତି ଜିଲ୍ଲାଗଠନ କରିଥିଲେ। ୧୯୯୨ ମାସିଠାରୁ ଗଞ୍ଜାମ ଜିଲ୍ଲା ୨୨ ଗୋଟି ବ୍ଲକ ୧୮ ଗୋଟି ସହରାଞ୍ଚଳ ମୋଟ ୩୨୫୦ ରାଜସ୍ୱ ଗ୍ରାମକୁ ନେଇ ଗଞ୍ଜାମ ଜିଲ୍ଲା ଅବସ୍ତିତ ମୋଟ ଜନସଂଖ୍ୟା ୩୫୨୯୦୩୧ ଅଟେ। ଯାହାକି ରାଜନୈତିକ, ଭୌଗଳିକ, ପ୍ରଶାସନିକ ଦୃଷ୍ଟିରୁ ଓଡ଼ିଶାର ସର୍ବ ବୃହତ୍ତମ ଜିଲ୍ଲା ଅଟେ। ତେଣୁ ଗଞ୍ଜାମ ଜିଲ୍ଲାକୁ ପୁନଃଗଠନ କରି ଚାରି ଗୋଟି ଜିଲ୍ଲା ଗଠନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନା କରାଗଲା ଯଥା :- (୧)-ବ୍ରହ୍ମପୁର ଜିଲ୍ଲା, ମୁଖ୍ୟ ଦପ୍ତର -ବ୍ରହ୍ମପୁର (୨)-ଘୁମୁସର ଜିଲ୍ଲା ମୁଖ୍ୟ ଦପ୍ତର -ଭଞ୍ଜନଗର (୩)-ଋଷିକୂଲ୍ୟା ଜିଲ୍ଲା ମୁଖ୍ୟ ଦପ୍ତର- ଆସିକା ଏବଂ (୪)-ଗଞ୍ଜାମ ଜିଲ୍ଲା ସଦର ମହକୁମା -ଛତ୍ରପୁର ଠାରେ ବିଧିବଦ୍ଧ ଭାବେ ଘୋଷଣା କରିବା ପାଇଁ ଅଭିଭକ୍ତ ଗଞ୍ଜାମ ବାସୀଙ୍କ ଦୀର୍ଘ ୪୦ ବର୍ଷର ସାମୁହିକ ସ୍ୱପ୍ନ କୁ ସାକାର କରିବା ପାଇଁ ଭାରତୀୟ ବିକାଶ ପରିଷଦ ନିମ୍ନ ମତେ ପ୍ରସ୍ତାବ ଉପସ୍ଥାପନା କଲା। ଏହା ସହିତ ଓଡ଼ିଶାରେ ଥିବା ୫୮ ଗୋଟି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ସମ୍ପୂର୍ଣ ଭାବେ ଉଛେଦ କରି ସମସ୍ତ ରାଜସ୍ୱ ସବ୍ ଡିଭିଜନ ବା ରାଜସ୍ୱ ଉପଖଣ୍ଡକୁ ଜିଲ୍ଲାରେ ପରିଣତ କରି ଜିଲ୍ଲା ଘୋଷଣା କରାଯାଉ ଯାହାଫଳରେ ପ୍ରଶାସନ ସର୍ବସାଧାରଙ୍କ ନିକଟତର ହେଇପାରିବ ଯାହାଫଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ ପାଇବ, ରାଜକୋଷ ବାଟମାରଣା ଓ ଲୁଣ୍ଠନକୁ ରୋକାଯାଇପାରିବ। ରାଜ୍ୟର ସମସ୍ତ ତହସିଲଦାରଙ୍କୁ ଉଜଚଉ ଓ ଉଚଉ ଦ୍ୱାରା ନ୍ୟସ୍ତ ଏକଜେକୁଟିଭ ମାଜିଷ୍ଟ୍ରେଟ କ୍ଷମତା ହସ୍ତାନ୍ତରିତ କରାଯାଉ। ଯାହାଦ୍ୱାରା ନ୍ୟସ୍ତ ସମସ୍ତ ଏକଜେକୁଟିଭ ମାଜିଷ୍ଟ୍ରେଟ କ୍ଷମତା ରାଜ୍ୟରେ ନିଯୁକ୍ତ ସମସ୍ତ ତହସିଲଦାରଙ୍କୁ ପ୍ରଦାନ କରିଲେ ଉପଜିଲ୍ଲା କାର୍ଯ୍ୟାଳୟର କୌଣସି ଆବଶ୍ୟକତା ହେବନାହିଁ। ସମସ୍ତ ଦପ୍ତର କାର୍ଯ୍ୟ ନିୟମ ପ୍ରକାରେ ପରିଚାଳନା ହେଇପାରିବ। ରାଜ୍ୟର ସାମୁହିକ ସ୍ୱାର୍ଥ, ପ୍ରଶାସନିକ ସଂସ୍କାର, ରାଜକୋଷ ଲୁଣ୍ଠନ ଓ ବାଟମାରଣା ରୋକ, ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ, ରାଜକୋଷ ବଦଖର୍ଚ୍ଚ ଲଗାମ ସହିତ ପ୍ରଶାସନକୁ ସାଧାରଣ ଲୋକଙ୍କ ନିକଟରେ ପଂହଁଚାଇ ଓଡ଼ିଶାର ପ୍ରଗତିର ରଥ କୁ ଆଗେଇନେବା ପାଇଁ ପ୍ରସ୍ତାବକୁ ତର୍ଜମା, ନିରୀକ୍ଷଣ, ଓ କାର୍ଯ୍ୟକାରିତା କରିବା ପାଇଁ ଭାରତୀୟ ବିକାଶ ପରିଷଦର ଦାବି ଯାହାଫଳରେ ଓଡିଶାବାସୀଙ୍କୁ ନୂତନ ୫୮ ଗୋଟି ନୂତନ ଜିଲ୍ଲା ସୃଷ୍ଟି ହେଲେ ଓଡିଶା ବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହେଇପାରିବ। ଉକ୍ତ ସାମ୍ବାଦିକ ସମିଳନୀରେ ସୋମନାଥ ନାୟକ ବରିଷ୍ଠ ଆଇନଜୀବୀ ଭଞ୍ଜନଗର ତଥା ଘୁମୁସର ଜିଲ୍ଲା ଆବାହକ, ଅଭିମନ୍ୟୁ ଗୌଡ଼, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଭାପତି ଭଞ୍ଜନଗର ବାର ଆସୋସିଏସନ, ଅଯୋଧ୍ୟା ମହାପାତ୍ର, ସ୍ୱେଛାସେବୀ ଭଞ୍ଜନଗର, ସୂର୍ଯ୍ୟନାରାୟଣ ବେହେରା, ପ୍ରତିଷ୍ଠାତା ସଭ୍ୟ ବିବିପି ଏବଂ ଦୀପକ କୁମାର ପଣ୍ଡା, ସ୍ୱେଛାସେବୀ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଗତ ଉପତିତ ରହି ଭାଗ ନେଇଥିଲେ।

Leave A Reply

Your email address will not be published.