ଓଡଗାଁ ଏନଏସିର ସ୍ୱଛତା ନଷ୍ଟ ପାଇଁ ପ୍ରୟାସ

3

 

ଓଡଗାଁ, ୧୦।୧୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସ୍ୱଛତାକୁ ରାଜ୍ୟରେ ସର୍ବାଗ୍ରେ ରଖିବା ପାଇଁ କାର୍ଯ୍ୟ ଜାରି ରହିଛି । ନିକଟରେ ଓଡ଼ଗାଁ ଏନଏସି ସ୍ୱଛତା ସର୍ଭେ ପାଇଁ ଆସିକା ପୌର ପରିଷଦର ପ୍ରତିନିଧି ମଣ୍ଡଳୀ ଆସି ଏହି ମନ୍ତବ୍ୟ ରଖିଥିଲେ । ତେବେ ସ୍ବଚ୍ଛତା ସମସ୍ତଙ୍କ ସହଯୋଗ ବିନା ଅସମ୍ଭବ । ସବୁ କଥାକୁ ଜାଣିଶୁଣି ସ୍ବଚ୍ଛତାକୁ ଭଣ୍ଡୁର କରିବା ନିମନ୍ତେ ସ୍ଥାନୀୟ ବଜାର ଅଂଚଳର କେତେକ ପରିବାର କିଛି ଦିନ ହେଲା ଲଗାତର ପ୍ରୟାସ କରୁଥିବା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଲକ୍ଷ୍ମୀ ବଜାରରୁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ରାସ୍ତାର ପ୍ରଥମ ଲଜ ଛକ ଡାହାଣ ପାର୍ଶ୍ୱରେ ଥିବା ଏକ ନଳ କୂପ ପାର୍ଶ୍ୱରେ କେତେକ ପରିବାର ନିୟମିତ ଭାବେ ଘରର ବର୍ଜ୍ୟବସ୍ତୁ ଖୋଲାରେ ପକାଇ ଏନଏସିର ସ୍ୱଚ୍ଛତାରେ ପ୍ରତିବନ୍ଧକ ସାଜିଥିବା ନେଇ ସ୍ଥାନୀୟ କେତେକ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ସକାଳ ଓ ସନ୍ଧ୍ୟାରେ ଦୁଇ ଓଳି ଅଳିଆ ଗାଡି ଅଳିଆ ସଂଗ୍ରହ କରିବାକୁ ଘୁରି ବୁଲୁଥିବା ବେଳେ ସେଥିରେ ନପକାଇ ସର୍ବସାଧାରଣ ଚଳପ୍ରଚଳ ତଥା ନଳ କୂପ ମୂଳେ ଅଳିଆ ପକାଇବାକୁ ଲୋକେ ବିରୋଧ କରିଛନ୍ତି । ଏଥିରେ ଜଣେ ପୁରୁଣା ଲୁଗା ଦୋକାନୀ, ଜଣେ ଅଳଙ୍କାର ବ୍ୟବସାୟୀ ଆଉ ଜଣେ ମହିଳା ନିୟମିତ ଅଳିଆ ପକାଉଥିବା ନେଇ କେତେକ ଦେଖଣାହାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ଧରି ଏ ସମସ୍ୟା ଲାଗିଥିବା ବେଳେ ଉକ୍ତ ପରିବାର ଏନଏସି କୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କୁ ନୋଟିସ ଜାରୀ କରିବା ସହିତ ଜରିମନା ଆଦାୟ କରିବାକୁ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ନେଇ ଏନଏସି ବର୍ଜ୍ୟ ବସ୍ତୁ ପରିଚାଳନା ଦାୟିତ୍ୱରେ ଥିବା ସାନିଟାରୀ ନିରୀକ୍ଷକ ବରଦା ଦାସ କହିଛନ୍ତି।

Leave A Reply

Your email address will not be published.