ଜଗତସିଂହପୁର, ତା ୬/୧୨/୨୫ସୁମନ୍ତ କୁମାର ଦାସ: ଆସନ୍ତା ତା.୨୩-୧୨-୨୦୨୫ ଓ ୨୪-୧୨-.୨୦୨୫ରିଖ ଦୁଇଦିନ ଧରି ସ୍ଥାନୀୟ କଲେକ୍ଟୋରେଟ ପଡିଆରେ ଜ଼ିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହେବ। ଏଥି ପାଇଁ ଶନିବାର ତା ୦୬.୧୨.୨୦୨୫ରିଖରେ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ ସଦଭାବନା ଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାରେ କୁକୁଡ଼ା ଚାଷ, ଅଣ୍ଡା ଉପ୍ତାଦନ, ପ୍ରାଣିସମ୍ପଦ ଓ ମତ୍ସ୍ୟ ଉପ୍ତାଦନରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୂକ୍ତ କରି ଉପ୍ତାଦନ ବୃଦ୍ଧି କରିବା ଦିଗରେ ଚାଷୀଙ୍କୁ ସଚେତନ କରିବା ଓ ଅଧିକ ଉଦ୍ୟୋଗି ସୃଷ୍ଟି କରିବା ଏହି ମେଳାର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ସାହୁ ସୂଚନା ଦେଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଯୋଜନାରେ ଅନ୍ତର୍ଭୂକ୍ତ ହୋଇଥିବା ଏବଂ ଇଛୁକ ଥିବା ପ୍ରାୟ ୭୦୦ ଜଣ ସମସ୍ତ ବ୍ଲକ ଓ ମୁନିସିପାଲିଟିର ହିତାଧିକାରୀ ମାନେ ଏହି ମେଳାରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ କ୍ଷେତ୍ରରେ ଯଥା- ଗୋପାଳନ, କୁକୁଡ଼ା ପାଳନ, କ୍ଷୁଦ୍ର ତୃଣ ଭୋଜି ପ୍ରାଣୀ, ମହିଳା ସ୍ୱୟଂ ସହାୟକଗୋଷ୍ଠୀ ତଥା ମତ୍ସ୍ୟ ଉପ୍ତାଦନରେ ସଫଳତା ହାସଲ କରି ଥିବା ୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧତ କରାଯିବାର ପ୍ରସ୍ତାବ ରହିଅଛି। ମେଳାରେ ମତ୍ସ୍ୟ, ପ୍ରାଣିସମ୍ପଦ, କୃଷି ଉଦ୍ୟାନ ଓ ବିଭିନ୍ନ ବିଭାଗର ୨୫ଟି ଷ୍ଟଲ, କଂଟ୍ରୋଲ ରୁମ, ରେଜିଷ୍ଟ୍ରସନ ରୁମ ଆଦି ଖୋଲିବା ସହିତ ଜୀବନ୍ତ ପ୍ରାଣୀ ଓ ମାଛ ମାନଙ୍କର ପ୍ରଦର୍ଶନ କରାଯିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଗୁରୁତ୍ୱ ଦେବାକୁ ଶ୍ରୀ ଜେଠି ମତବ୍ୟକ୍ତ କରିଥିଲେ । ଏଥି ସହିତ LED SCREENର ବ୍ୟବସ୍ଥା କରି ଜ଼ିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦର ସଫଳ କାହାଣୀ ସବୁ ପ୍ରଦର୍ଶିତ କରିବା ପାଇଁ ନିଷ୍ପତି ନିଆଗଲା। ଏତତ ବ୍ୟତୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ORMAS ଓ ମିଶନଶକ୍ତି ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇଦିନ ଧରି ହେବାକୁ ଥିବା ମେଳାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଗୋଶାଳାରେ କର୍ମକର୍ତ୍ତା ଙ୍କ ଦ୍ଵାରା କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ମେଳାରେ ଦଶଦିନ ପୂର୍ବରୁ ଜ଼ିଲ୍ଲାର ପ୍ରବେଶ ପଥରେ ବଡ ବଡ ହୋଡିଂ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର ପାଇଁ ଫ୍ଲେକ୍ସ ବ୍ୟାନର ଲଗାହେବା ପାଇଁ ନିଷ୍ପତି ନିଆଗଲା । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ମେଳାପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଏହି ସଭାରେ ଡାକ୍ତର ଅଜୟ କୁମାର ସାହୁ ସଂଯୋଜନା ଓ ଦେବବ୍ରତ ସାମଲ, ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ସହ ସଂଯୋଜନା କରିଥିଲେ|
Sign in
Sign in
Recover your password.
A password will be e-mailed to you.
Prev Post