ଜଷ୍ଟିସ୍ କର୍ଣ୍ଣର ପକ୍ଷରୁ କମ୍ବଳ ବଣ୍ଟନ

0 2

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜଷ୍ଟିସ୍ କର୍ଣ୍ଣର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗୋଷାଣି ବ୍ଲକ କତଳକଇଠା ପଞ୍ଚାୟତ ଅନ୍ତର୍ଗତ ମର୍କଡା ଗ୍ରାମ ଠାରେ ୩ ଗୋଟି ଗ୍ରାମ ଯଥା :- ମର୍କଡା , ତଳମର୍କଡା ଓ ପର୍ଶୁରାମପୁରର ୩୦ ରୁ ଉର୍ଦ୍ଧ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି।
ଜଷ୍ଟିସ୍ କର୍ଣ୍ଣର ସଭାପତି ଭାଗ୍ୟଲକ୍ଷ୍ମୀ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର , ସହକାରୀ ପବ୍ଲିକ ପ୍ରୋସେକ୍ୟୁଟର ଡି.ଅନୁପ ଆଚାରୀ , ମହିଳା ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସୁରକ୍ଷା ଅଧିକାରୀ ସାରଳା ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କମ୍ବଳ ବଣ୍ଟନ କରିଥିଲେ।
ଏହି ଅବସରରେ ଅତିଥି ମାନେ ଶୀତକୁ ଲକ୍ଷ୍ୟ କରି ଜଷ୍ଟିସ୍ କର୍ଣ୍ଣର ତରଫରୁ ବିଶେଷ କରି ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିବାକୁ ନେଇ ପ୍ରଶଂସା କରିଥିଲେ। ଏପରି ଉଦ୍ୟମ ଆଗକୁ ମଧ୍ୟ ଜାରୀ ରହୁ ବୋଲି କହିଥିଲେ।
ଜଷ୍ଟିସ କର୍ଣ୍ଣରର ସଭାପତି ଶ୍ରୀମତୀ ନାୟକ ଏହି ଅବସରରେ କହିଛନ୍ତି ଯେ ଆଗାମୀ ଦିନରେ ଏହି ଅନୁଷ୍ଠାନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଚାଲୁ ରହିଛି । ଆଗାମୀ ଦିନରେ ଚକ୍ଷୁ ଶିବିରର ଆୟୋଜନ କରାଯିବ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ରଶ୍ମିପ୍ରିୟା ପଣ୍ଡା , ଶିକ୍ଷୟତ୍ରୀ ଏସ୍.ରାଧା , ଜଷ୍ଟିସ୍ କର୍ଣ୍ଣର ସମ୍ପାଦକ ଜଗନ୍ନାଥ ଚୌଧୁରୀ , ସ୍ଥାନୀୟ ଅଙ୍ଗନୱାଡି କର୍ମୀ ନର୍ମଦା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.