ସମାଜିକ ପ୍ରଗତିକୁ ଅଗ୍ରସର କରିବା ପାଇଁ ଦିବ୍ୟାଙ୍ଗ-ସମାବେଶୀ ସମାଜ ଗଠନ:

0 2

ଲପଙ୍ଗା: ଆଦିତ୍ୟ ଅଲୁମିନିୟମ୍‌ ଲପଙ୍ଗା, ବ୍ଲକ ଶିକ୍ଷା କାର୍ଯ୍ୟାଳୟ ରେଙ୍ଗାଲିଙ୍କ ସହଯୋଗରେ ‘ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ’ ଓ ‘ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ ପାଇଁ କମ୍ୟୁନିଟି ରିସୋର୍ସ ସେଣ୍ଟର’ ର ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।

ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସତପଶ୍ରୀ ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମହେନ୍ଦ୍ର ବାଘ, ଅତିରିକ୍ତ ବ୍ଲକ ଗୋଷ୍ଠୀ ଅଧିକାରୀ ଶ୍ରୀ ସୁଖଲାଲ ସିଂହ, ବ୍ଲକ୍‌ ଚେୟାରମ୍ୟାନ୍‌ ଶ୍ରୀ ସତ୍ୟନାରାୟଣ ଅଗରୱାଲ, ଆଦିତ୍ୟ ଆଲୁମିନିୟମ କାରଖାନାର ମାନବସମ୍ବଳ ମୁଖ୍ୟ ଶ୍ରୀ ବିନୋଦ ନନ୍ଦ ଠାକୁର, ଶିପିପି ମୁଖ୍ୟ ଶ୍ରୀ ଗୁଲଶନ ତିୱାରୀ, ଅର୍ଥ ବିଭାଗ ମୁଖ୍ୟ ଶ୍ରୀ ରଜତ ମଜୁମଦାର ଓ ପାରିପାର୍ଶ୍ବିକ ବିଭାଗ ମୁଖ୍ୟ ଶ୍ରୀ ରବି ନିୱାସ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ପୁରୁଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟ, ରେଙ୍ଗାଲିରେ ଆୟୋଜିତ ହୋଇଥିଲା। ପ୍ରାୟ ୨୦୦ ଶିଶୁ, ଅଭିଭାବକ ଓ ଶିକ୍ଷକମାନଙ୍କ ସହ ଏକ ପଦ ଯାତ୍ରା ଦ୍ୱାରା କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ପରେ ବିଭିନ୍ନ ଖେଳ, ଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ବିଶେଷ ଶିଶୁମାନେ ଖେଳ, ଗୀତ ଓ ନୃତ୍ୟ ଦୃଶ୍ୟ ଦେଖିବା ଅତ୍ୟନ୍ତ ଅନୁ ଭବ ମୟ ଥିଲା। ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସର ଉଚ୍ଚ ସ୍ତର ଦେଖାଗଲା। ସେମାନଙ୍କ ଅଭିଭାବକମାନଙ୍କର ଘୋର ସନ୍ତୋଷ ଓ ଆତ୍ମ ବିଶ୍ୱାସ ଦେଖିବା ସବୁଠାରୁ ଅଧିକ ପ୍ରେରଣା ଦାୟକ ଥିଲା। ଏଭଳି ସଚେତନତା କାର୍ଯ ପାଇଁ ସ୍ଥାନୀୟ ଅଧିବାସୀ ମାନେ ବହୁତ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.