ଓଡ଼ଗାଁ,୩।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା କଲେଜ ରୋଡ଼, ଦଲକକୁ ସ୍ଥାନାନ୍ତରିତ ହୋଇଛି । ବୁଧବାର ସକାଳେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଉକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ଓଡ଼ଗାଁ ଲକ୍ଷ୍ମୀ ବଜାର ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନାରେ କାର୍ଯ୍ୟ କରିଆସୁଥିବା ବେଳେ ଆଜିଠାରୁ ଦଲକ କଲେଜ୍ ରୋଡ଼ ସନ୍ତୋଷୀମା ମନ୍ଦିର ସାମ୍ନାରେ ଏହି ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛି । ବୁଧବାର ନିର୍ଦ୍ଧାରିତ ସମୟ ସକାଳ ୧୧.୩୦ ସମୟରେ ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ସମ୍ପାଦକ ଅଜୟ କୁମାର ପଟ୍ଟନାୟକ, ନୟାଗଡ଼ ସମବାୟ ସମିତି ସମୂହ ଉପନିବନ୍ଧକ ଅନନ୍ତ କୁମାର ନାୟକ, ସମବାୟ ବ୍ୟାଙ୍କ ସହକାରୀ ସାଧାରଣ ପରିଚାଳକ ସରୋଜ କୁମାର ସାହାଣୀଙ୍କ ସହିତ ଓଡ଼ଗାଁ ବ୍ୟାଙ୍କ ଶାଖା ଅନ୍ତର୍ଗତ ସମବାୟ ସମିତି ସମ୍ପାଦକ ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ନିବନ୍ଧକ ସମବାୟ ସମିତି ସମୁହ, ଓଡ଼ିଶାଙ୍କ ସ୍ବୀକୃତି କ୍ରମେ ଶାଖା ସ୍ଥାନାନ୍ତର ହୋଇଛି । କାର୍ଯ୍ୟକ୍ଷମର ୧ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ନାବାଡକୁ ବ୍ୟାଙ୍କ ଶାଖା ସ୍ଥାନାନ୍ତର ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ କହିଥିଲେ।
Sign in
Sign in
Recover your password.
A password will be e-mailed to you.