ଚଳିତ ବର୍ଷର ଯୁବ ଶକ୍ତି ଓ ସାଂସଦ ଖେଳ ମହୋତ୍ସବ ଗତ ୧୫ ନଭେମ୍ବର ଠାରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୧୦୦ ମିଟର ଦୌଡ, ଡିସ୍କସ ଥ୍ରୋ, ସଟଫୁଟ, ରଙ୍ଗୋଲି, ବ୍ୟାଡ଼ମୀଣ୍ଟନ, ଇତ୍ୟାଦି ଖେଳରେ ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି (କାଶ ) ଆବାସିକ ଉଚ୍ଚାମାଧ୍ୟ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଦ୍ୟାଳୟପାଇଁ ଗୌରବ ଆଣିଛନ୍ତି. ମହାବିଦ୍ୟାଳୟର ଯୁକ୍ତ୨ ବିଜ୍ଞାନ ଦ୍ଵିତୀୟ ବର୍ଷର ଛାତ୍ର ମିଲନ ମୁଠାମାଝିଙ୍କ ନେତୃତ୍ୱରେ ଭଳିବଲ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି ରନର ଅପ ଅର୍ଜନ କରିଥିଲେ. କେବଳ ଭଲିବଲ ନୁହେଁ ଶ୍ରୀ ମାଝୀ ବ୍ୟକ୍ତିଗତ ଖେଳ ଯଥା ଲଙ୍ଗ ଜମ୍ପ ରେ ପ୍ରଥମ ସ୍ଥାନ, ହାଇ ଜମ୍ପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି. ଆଜିର ଉଯାପନ ମହୋତ୍ସବରେ ପୁରସ୍କୃତ ହୋଇଥିବା ଛାତ୍ରଙ୍କୁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସମାନ୍ତ ଚନ୍ଦ୍ର ନାୟକ, ଖେଳ ଶିକ୍ଷକ ଶ୍ରୀ ମୁକୁଳକାନ୍ତ ପ୍ରଧାନ, ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ଅନ୍ୟାୟ କର୍ମଚାରୀ ବୃନ୍ଧ ସୋଲିଡ଼ ସ୍ବେଛାସେବି ଅନୁଷ୍ଠାନର କର୍ମକର୍ତ୍ତା ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ.
Sign in
Sign in
Recover your password.
A password will be e-mailed to you.